ଭଦ୍ରକରେ ଶହୀଦ ଭଗତ ସେନା ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ
ଭଦ୍ରକରେ ଶହୀଦ ଭଗତ ସେନା ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ
Sandhan News |
July 26, 2019 |

ଭଦ୍ରକ,୨୬/୭ (ସନ୍ଧାନ ନିଉଜ): ଭଦ୍ରକ ଠାରେ ଶହିଦ ଭଗତ ସେନା ଆନୁକୂଲ୍ୟରେ ଓ ଜିଲ୍ଲା ଅସବରପ୍ରାପ୍ତ ସୈନିକ ସଂଘର ସହଯୋଗରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଭଗତ ସେନାର ମୁଖ୍ୟ ସିତାଂଶୁ ମହାପାତ୍ରଙ୍କ ନେତୃତ୍ୱରେ ପ୍ରଥମେ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଭଗତ ସେନା ଓ ପ୍ରାକ୍ତନ ସୈନିକ ସଂଘର ଶତାଧିକ ସଦସ୍ୟ ଉକ୍ତ ସଭାରେ ଉପସ୍ଥିତ ରହି ୨ମିନିଟ ନୀରବ ପ୍ରାର୍ଥାନା କରିବା ସହ ସମସ୍ତ ବୀର ଜବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ସୈନିକ ସଂଘର ଜିଲ୍ଲା ସଭାପତି ରୋହିତ ରାୟ, ସଂପାଦକ ଅଶୋକ ପାତ୍ର, ସୁରେଶ ନାୟକ, ମହେଶ୍ୱର ଦିକ୍ଷୀତ, ସୁବାଷ ଲେଙ୍କା, ନାରାୟଣ ଚନ୍ଦ୍ର ଦାସ, ବଂଶୀଧର ପଲେଇ ପ୍ରମୁଖ ଶହିଦଙ୍କ ଅଆତ୍ମବଳିଦାନ କେବେ ବୃଥା ଯିବ ନାହିଁ ବୋଲି କହିଥିଲେ । ଭଗତ ସେନାର ମୁଖ୍ୟ ଶ୍ରୀ ମହାପାତ୍ର ଦେଶର ଅଖଣ୍ଡତା ରକ୍ଷା ଦିଗରେ ବୀର ଯବାନମାନଙ୍କ ତ୍ୟାଗପୂତ ଜୀବନ ନିଶ୍ଚିତ ଭାବେ ଅବିସ୍ମରଣୀୟ । ଅନ୍ୟମାନଙ୍କ ମଧ୍ୟରେ ଭଗତ ସେନାର ପଦ୍ମନାଭ ପଣ୍ଡା, ଦେବାଶିଶ ମହାନ୍ତି, ଦେବାଂଶୁ ରାଉତ, ହେମନ୍ତ ମହାପାତ୍ର, ବିଶାଲ ଦାସ, କାନ୍ହୁ ଦାସ, ଅମରଜିତ ରାୟ, ବିକାଶ ସ୍ୱାଇଁ, ଅବିନାଶ ବଳ, ଅଜୟ ବାରିକ, କାଞ୍ଚିଚରଣ ଦାସ, ସ୍ୱାଧୀନ ସୁନ୍ଦର ଦାସ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ସ୍ମୃତିଚାରଣ ସଭା ପରେ ଏକ ଶୋଭାଯାତ୍ରା ସହରପରିକ୍ରମା କରିଥିଲା । ସେହିପରି ରୋଟାରୀ କ୍ଳବ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାର୍ଗିଲ ଦିବସ ପାଳିତ ହୋଇଛି ।
Related Posts
About The Author