ଭଦ୍ରକ, 11.02.2021 (ସନ୍ଧାନ ନିଉଜ୍):- ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ପରିସରରେ ମହିଳା ଆୟୋଗଙ୍କ ତରଫରୁ କ୍ୟାମ୍ପ୍ କୋର୍ଟ ବା ଶିବିର ଅଦାଲତ ଆୟୋଜିତ ହୋଇଛି । ଏହି ଶିବିରରେ ମହିଳା କମିଶନ ଅଧକ୍ଷା ମିନତୀ ବେହେରା, ସଦସ୍ୟା ସ୍ନେହାଞ୍ଜଳୀ ମହାନ୍ତି, ସ୍ବର୍ଣ୍ଣଲତା ସାମଲ, ଜଲିନା ପ୍ରିୟଦର୍ଶିନୀ, ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଓ ଏସପି ଚରଣ ସିଂ ମୀନା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ଶିବିରରେ ୭୮ଟି କେସର ବିଚାର ହୋଇଥିଲା । ବିଭିନ୍ନ ସମୟରେ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଥିବା ମାମଲାର ଶୁଣାଣି ଓ ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ହାଜର ହେବା ନେଇ ନିର୍ଦ୍ଦେଶ ଥିଲା । ତେବେ ଏହି ଶିବିରରେ ବହୁ ମାମଲାର ସମାଧାନ ହୋଇଥିବା ସୂଚନା ମିଳିଛି ।
ଭଦ୍ରକରେ ମହିଳା କମିଶନଙ୍କ ଶିବିର ଅଦାଲତ
|
February 11, 2021 |
