ଭଦ୍ରକ ୨/୯ (ସନ୍ଧାନ ନିୟୁଜ /ରମେଶ ନାୟକ) ଜିଲ୍ଲାର ମତ୍ସ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ମୁଁ ଚେଷ୍ଟା କରିବି । ବିଶେଷକରି ମତ୍ସଚାଷୀଙ୍କ ଆର୍ଥୀକ ମାନଦଣ୍ଡର ବିକାଶ ପାଇଁ ମୁଁ ଯତ୍ନବାନ ହେବି । ଏହା ବ୍ୟତୀତ ଭଦ୍ରକକୁ ଏକ ମତ୍ସ୍ୟ ଉତ୍ପାଦନ ସମୃଦ୍ଧ ଜିଲ୍ଲାରେ ପରିଣତ କରିବି ବୋଲି ମତ୍ସ୍ୟ ଉନ୍ନୟନ ନିଗମର ଅଧ୍ୟକ୍ଷ ତଥତା ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ ଅସିତ କୁମାର ପଟ୍ଟନାୟକ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶ୍ରୀ ପଟ୍ଟନାୟକ ଭଦ୍ରକସ୍ଥିତ ନିଜ ବାସଭବନରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେଯେ ପୂର୍ବରୁ ମୋର ସମ୍ପର୍କ ରାଜନୈତିକ ଦୃଷ୍ଟିକୋଣରୁ ଥିଲା । ସେତେବେଳେ ଆପଣମାନଙ୍କ ପୂର୍ଣ୍ଣ ସହଯୋଗ ପାଇଥିଲି । ଏହି ନୂତନ କାର୍ଯ୍ୟଭାର ଗ୍ରହଣ କରିବା ପରେ ଅନୁରୂପ ସହଯୋଗ ଆଶା କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଜିଲ୍ଲାରେ ମତ୍ସ୍ୟ ବିଭାଗର ଭିତ୍ତିଭୂମୀ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ ଏହି ବଭାଗ ଯେପରି ମତ୍ସ୍ୟ ଚାଷୀଙ୍କ ପାଇଁ ଉତ୍ତରଦାୟୀ ରହିବ ସେ ଦିଗରେ ସେ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିବା କହିଥିଲେ । ତେବେ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଟିକେଟ ପାଇବା ଓ ନପାଇବା ମୁଖ୍ୟମନ୍ତ୍ରୀଙ୍କ ଇଛାଧିନ ବ୍ୟାପାର । ବର୍ତ୍ତମାନର ବିାୟକ ଯଦି ଚାହିଁବେ ମୁଁ ଆଗାମୀ ପୌର ନିର୍ବାଚନ ପାଇଁ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପୌର ଉପାଧ୍ୟକ୍ଷା କୌସେରା ବେଗମ, ବ୍ଲକ ସଭାପତି ରାଧାକାନ୍ତ ସାମଲ, ଶରତ ସ୍ୱାଇଁ,ଟାଉନ ସଭାପତି ସେକ ଇ ସିଲାମ, ମତ୍ସ ବିଭାଗ ହେଚେରୀ ମ୍ୟାନେଜର ବିକାଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବାହ୍ନ ୧୧ଟା ବେଳେ ଶ୍ରୀ ପଟ୍ଟନାୟକ ଭଦ୍ରକରେ ପହଞ୍ଚିବା ପରେ ବନ୍ତ ଛକ ଠାରେ ତାଙ୍କୁ ସହସ୍ରାଧିକ ସମର୍ଥକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଭଦ୍ରକର ବହୁ ପୁରରୁଣା ବିଜେଡ଼ି ନେତା ଉପସ୍ଥିତ ଥିଲେ । ସେମାନେ ଶ୍ରୀ ପଟ୍ଟନାୟକଙ୍କୁ ବାଜା ଓ ରୋଷଣୀ ଦ୍ୱାରା ସ୍ୱାଗତ କରିବା ସହଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ଘର ପର୍ଯ୍ୟନ୍ତ ଆଣିଥିଲେ ।
ଭଦ୍ରକରେ ମତ୍ସ୍ୟ ଚାଷର ଉନ୍ନତି ମୋର ଲକ୍ଷ୍ୟ : ମତ୍ସ୍ୟ ଉନ୍ନୟନ ନିଗମର ଅଧ୍ୟକ୍ଷ ଅସିତ କୁମାର ପଟ୍ଟନାୟକ
|
September 3, 2019 |



