ଭଦ୍ରକରେ ପିଡିଏସ ଲେଭଲ-୨ ପରିବହନରେ ଅସାଧୁ ଠିକାଦାର ସାମିଲ: ଟେଣ୍ଡର ହାତେଇବାକୁ ଫନ୍ଦିଫିକର

Spread the love

ଭଦ୍ରକ, ୭/୬ (ସନ୍ଧାନ ନିୟୁଜ) ଭଦ୍ରକ ଜିଲ୍ଲାରେ ଚଳିତବର୍ଷ ପାଇଁ ଖାଦ୍ୟ ଯୋଗାଣ ବିଭାଗ(ପିଡିଏସ) ଲେଭଲ-୨ ପରିବହନରେ ଅସାଧୁ ଠିକାଦାର ସାମିଲ ହୋଇଛନ୍ତି । ଏହି ଟେଣ୍ଡରକୁ ହାତେଇବା ପାଇଁ ଫନ୍ଦିଫିକର କରାଯାଉଥିବାର ଅଭିଯୋଗ ହୋଇଛି । ଜିଲ୍ଲାର ଦୁଇଜଣ ଅସାଧୁ ଠିକାଦାର ପୂର୍ବରୁ ସରକାରୀ ସାମଗ୍ରୀ ହେରଫେର କରିଥିବାର ଯଥେଷ୍ଟ ପ୍ରମାଣ ଥିବା ସହ ସେମାନଙ୍କ ନାମରେ ଥାନା ଓ କୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଛି । ପୁନ୍ନର୍ବାର ଟେଣ୍ଡର ପକ୍ରିୟାରେ ହାତେଇବା ପାଇଁ ଦୁଇଜଣ ଠିକାଦାର ସାମିଲ ହୋଇଛନ୍ତି । ଉକ୍ତ ଟେଣ୍ଡର ପକ୍ରିୟାରୁ ସେମାନଙ୍କୁ ବାଦଦେଇ ସ୍ୱଚ୍ଛତା ସହ ଉପଯୁକ୍ତ ନଥିପତ୍ର ଥିବା ଠିକାଦାରଙ୍କୁ ସାମଳି କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି । ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଲେଭଲ -୨ ଟେଣ୍ଡର ପରିବହନ ପାଇଁ ଠିକାଦାର ଆହ୍ୱାନ ଡ଼କାଯାଇଥିଲା ୨୦୧୯ ମାର୍ଚ୍ଚ ୧୬ ତାରିଖ ଟେଣ୍ଡର ପକାଇବାର ଶେଷ ତାରିଖ ଥିଲା । ସାଧାରଣ ନିର୍ବାଚନ ଥିବାରୁ ଏହି ଟେଣ୍ଡର ପକ୍ରିୟା ଚୁଡ଼ାନ୍ତ ଠିକାଦାର ସ୍ଥିର ହୋଇପାରିନଥିଲା । ଏକ ବିଶେଷ ସୂତ୍ରରୁ ଜଣାଯାଇଛି ଯେଏହି ଲେଭଲ -୨ ଟେଣ୍ଡର ପ୍ରିକ୍ରାୟାରେ ସରକାରୀ ସାମଗ୍ରୀ ପୂର୍ବରୁ ହେରଫେର କରିଥିବା ଦୁଇଜଣ ଠିକାଦାର ସାମିଲ ହୋଇଛନ୍ତି । ୨୦୧୯ ମାର୍ଚ୍ଚ ୨୬ତାରିଖରେ ସରକାରୀ ପିଡ଼ିଏସ୍ ଚାଉଳକୁ ହେରଫେର କରୁଥିବା ସମୟରେ ସାଧାରଣ ଲୋକଙ୍କ ଦ୍ୱାରା ଧରାପଡ଼ିଥିଲେ ପରିବହନ ଠିକାଦାର ନାରାୟଣ ଚନ୍ଦ୍ର ସ୍ୱାଇଁ । ତାଙ୍କ ନାମରେ ଧାମନଗର ଥାନାରେ କେଶ୍ ନଂ ୫୩/୧୯ମୂଳେ ମାମଲା ରୁଜୁ ହୋଇ ତଦନ୍ତ ବଳବତର ସହ େ ଧାମନଗର କୋର୍ଟରେ ବିଚାରାଧିନ ଅବସ୍ଥାରେ ଅଛି । ଅନ୍ୟତମ ଦରଖାସ୍ତ କାରୀ ହେଲେ ବିଜୟ କୁମାର ନାୟକ ଗତବର୍ଷ ଖାଦ୍ୟ ସାମଗ୍ରୀ ହେରଫେର କରିବା ସହ ଯଥେଷ୍ଟ ପ୍ରମାଣ ଥିବାରୁ ଶ୍ରୀ ନାୟକଙ୍କୁ ଖାଦ୍ୟ ବଂଟନ ପକ୍ରିୟାରୁ ବାଦ୍ କରାଯାଇଥିଲା । ଶ୍ରୀ ନାୟକଙ୍କ ନାମରେ ପିଡ଼ିଏସ୍ ଚାଉଳ ହେରଫେର କରିଥିବା ଅଭିଯୋଗ ମୂଳେ ବନ୍ତ ବିଡ଼ିଓ ଚିଠି ନଂ ୪୭୫୬ ତା ୫.୧୨.୨୦୧୮ ରିଖରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପକ୍ଷରୁ ତଦନ୍ତ ପରେ ଚିଠି ନଂ ୪୯୯୧ ତାରିଖରେ ୪.୧.୧୯ରିଖ ଅଭିଯୋଗ ମୂଳେ ପରିବହନ ଠିକାଦାର ଶ୍ରୀ ନାୟକଙ୍କୁ ଖାଦ୍ୟ ବଂଟନ କାର୍ଯ୍ୟରୁ ÷ଅନ୍ତର କରିଥିଲେ । ସେହିପରି ଭଦ୍ରକର ଉପଜିଲ୍ଲାପାଳ ଚିଠି ନଂ ୬୪ ତାରିଖରେ ୨୬.୦୨.୧୯ରିଖରେ ଶ୍ରୀ ନାୟକଙ୍କୁ ଖାଦ୍ୟ ବଂଟନ ପକ୍ରିୟାରୁ ନିଲମ୍ବିତ କରିଥିଲେ । ପରିବହନ ଠିକାଦାର ଶ୍ରୀ ନାୟକଙ୍କର ଅନୀୟମିତତାକୁ ନେଇ ଯୋଗାଣ ବିଭାଗର ଏମ୍ଆଇ ଓ ପ୍ରୋକୁ୍ୟରମେଂଟ ଇନ୍ସପେକ୍ଟରଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା । ଚଳିତବର୍ଷ ପିଡିଏସ-ଲେଭଲ-୨ ପରିବହନ ପ୍ରକି୍ରୟାରୁ ଉକ୍ତ ଦୁଇଜଣ ଠିକାଦାରଙ୍କୁ ବାଦ୍ ଦେବାକୁ ସାଧାରଣରେ ଦାବୀ ହୋଇଛି ।

Related Posts

About The Author

Add Comment