ଭଦ୍ରକ, ୨୭/୧୧ (ସନ୍ଧାନ ନିଉଜ) -ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ ସୋମବାରଦିନ ଉଦ୍ ଘାଟିତ ହୋଇଛି। ଅଧ୍ୟକ୍ଷ ଡାକ୍ତର କମଳାକାନ୍ତ ସ୍ୱାଇଁ ଏହି ରଥକୁ ଉଦ୍ ଘାଟନ କରିଥିଲେ। ଏହି ରଥ ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ସମଗ୍ର ବ୍ଲକ୍ ଅଂଚଳ ପରିକ୍ରମା କରି ଜନସାଧାରଣଙ୍କୁ ପରିବାର ନିୟନ୍ତ୍ରଣ ପାଇଁ ସଚେତନ କରାଇବ ବୋଲି ଜଣାପଡିଛି। ଆଜିର ଏହି ଉଦ୍ ଘାଟନୀ କାଳରେ ଡାକ୍ତର ସୁଧାଂଶୁ ଶେଖର ବେହେରା, ଡାକ୍ତର ତୁଲିକା ରଥ, ଡାକ୍ତର ଶୁଭେଦା ପ୍ରି୍ରୟଦର୍ଶିନୀ ପରିଡା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଅନିତାରାଣୀ ରାଉତ, ବିପିଏମ୍ ରଶ୍ମିରେଖା ପୃଷ୍ଟି, ସ୍ୱାସ୍ଥ୍ୟ ପରିଦର୍ଶକ ମନୋରଂଜନ ରାଉତ, ରଂଜିତ ବରାଳ, ପଙ୍କଜ ବେହେରା, ନିରଂଜନ ଉପାଧ୍ୟାୟ, ନିରଂଜନ ସାହୁ, ମିନତୀଲତା ଦାସଙ୍କ ସମେତ ବହୁ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ।
ଭଣ୍ଡାରିପୋଖରୀରେ ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ ପରିକ୍ରମା
|
November 27, 2019 |