ଯାଜପୁର: ଯାଜପୁର ଜିଲ୍ଲା 16 ନମ୍ୱର୍ ଜାତୀୟ ରାଜପଥ ଛତିଆ ଭଟ୍ଟ ସାଗର ବଜାରରେ ଅସମ୍ଭାଳ ବେ- ଆଇନ୍ ପାର୍କିଂ ଯୋଗୁଁ ଦିନଙ୍କୁ ଦିନ ଦୁର୍ଘଟଣା ବୃଦ୍ଧି ପାଉ ଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରୁ ଆଜି ଗୋଟିଏ ଟାଟା ଏ ସି ଭ୍ୟାନ ଏହି ଦୃଘ ଟଣା ରୁ ଅଳ୍ପକେ ବର୍ତ୍ତି ଯାଇ ଥିବା ଦେଖିବାକୁ ମିଳିଛି। ବିଶେଷ କରି ଭୁବନେଶ୍ୱର ର ପାହାଳ ମିଠା ବଜାର ପରେ, ଛତିଆ କାକରା ପିଠା ର ଚାହିଦା ରହି ଥିବାରୁ ଏହି ବଜାର ଅଞ୍ଚଳରେ ଅସମ୍ଭବ ଭିଡ ଲାଗି ରହୁ ଥିବା ଦେଖିବାକୁ ମିଳୁଛି, ତେବେ 16 ଜାତୀୟ ରାଜପଥ ରେ ବେ ଆଇନ୍ ପାର୍କିଂ ଫଳରେ ରାସ୍ତାରେ ଯାମ୍ ସୃଷ୍ଟି ହେଉଛି, ତେବେ ଜାତୀୟ ରାଜପଥରେ ଦୃତ ଗାମୀ ଗାଡ଼ି ଚଳାଚଳ କରିବା ବେଳେ ଅମୂଲ୍ୟ ଜୀବନ ହରାଇବାକୁ ପଡୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି,କିନ୍ତୁ ସ୍ଥାନୀୟ ବଇରୀ ଥାନା ବା ଛତିଆ ପୋଲିସ୍ ବିଟ୍ ହାଉସ ପକ୍ଷରୁ ଏହି ବଜାରରେ କୌଣସି ଗାର୍ଡ ର ବ୍ୟବସ୍ଥା ନ ଥିବା ବେଳେ ଏହି ବେ ଆଇନ୍ ପାର୍କିଂ କୁ ହଟା ଯିବାକୁ ସାଧାରଣରେ ଦାବି ହୋଇଛି। @SANDHANNEWS
ଭଟ୍ଟସାଗର ବଜାର ଉଭୟ ପାର୍ଶ୍ଵରେ ଗାଡ଼ି ଯାମ, ଆସନ୍ନ ଦୃଘ ଟଣା କୁ ରୋକିବାକୁ ବୈରୀ ପୋଲିସ୍ ର ଦୃଷ୍ଟି ପଡୁ
|
October 9, 2022 |



