ବାରିପଦା, 28.11.2020 (ଲିଙ୍ଗରାଜ ପଣ୍ଡା): ମୟୁରଭଞ୍ଜ ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ହରିଲୁଟର ଆବଶ୍ୟକୀୟ ତଦନ୍ତ ପାଇଁ ଦାବି ଜୋର ଧରିଛି ସମସ୍ତ ଆଇନ ଉଲ୍ଲଘନକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଭଞ୍ଜସେନା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମାଇନଂ ପ୍ଲାନ ସହ ନିଲାମ ହେବା ପରଠାରୁ ପ୍ରତ୍ୟେକ ବାଲି ଓ ପଥର ଖାଦାନ ଗୁଡିକ ଲିଜ୍ର ନିୟମାବଳୀରେ ଚାଲୁଛି କି ନାହିଁ ତଦନ୍ତ ହୋଇ ଆଇନ୍ ଅନୁଯାୟୀ ଦଣ୍ଡବିଧାନ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି । ଜିଲ୍ଲାରୁ ବାଲି ଓ ପଥର ଜିଲ୍ଲା ବାହାରକୁ ଯିବା ସଂପୂର୍ଣ୍ଣ ଭାବରେ ବନ୍ଦ କରିବା, ଟ୍ରାକ୍ଟର ଓ ଟ୍ରକ ରୁ ଫାଇନ ଆଦାୟ ବ୍ୟତୀତ ବଡ ମାଫିଆ ମାନଙ୍କ ବି ଦ୍ଵାରା ଚାଲୁଥିବା ଚୋରା ଚାଲାଣକୁ ଧରିବା, ଏନଏଚ୍ -୧୮ ଓ ଏନ୍ଏଚ୍ ୪୯ ଦୋହରିକରଣ ନାମରେ ଆବଶ୍ୟକତା ଠାରୁ ଅଧିକ ପଥର ଓ ବାଲି ଜିଲ୍ଲା ଓ ରାଜ୍ୟକୁ ଚାଲାଣ ବନ୍ଦ, ବେଆଇନ୍ ଚୋରା ବାଲି, ପଥର ଚାଲାଣ ଏବଂ ଜଙ୍ଗଲ ଫଟାଇ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ଉଲ୍ଲେଖ ରହିଛି । ଏହାଛଡା ବଡ ବଡ ମାଫିଆ ମାନଙ୍କୁ ଧରି ମୋଟା ଅଙ୍କର ଫାଇନ୍ ଆଦାୟ କରୁଥିବା ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ମୁଖା ଖୋଲିବା ଏବଂ ବେଆଇନ୍ ଚୋରା ବାଲି ଚାଲାଣ, ପଥର = ଚାଲାଣ, ଏବଂ ଜଙ୍ଗଲ ଫଟାଇ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ସରକାରୀ ପ୍ରଶାସନିକ ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟ କଳାପକୁ ରୋକିବା ପାଇଁ ଭଞ୍ଜସେନା ପ୍ରତିଜ୍ଞା ନେଇଛି ବୋଲି ଦର୍ଶାଯାଇଛି ଏକ ମାସ ସମୟ ଅବଧି ମଧ୍ୟରେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଆଖି ଦୃଶିଆ ପଦକ୍ଷେପ ନ ନେଲେ ଡିସେମ୍ବର ୨୮ ତାରିଖରେ ବାଲି ପଥରର ସାଧାରଣ ହିତାଧିକାରୀ , ଟ୍ରକ ଓ ଟ୍ରାକ୍ତର ସଂଘ ସହ ଭଞ୍ଜସେନା ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଆନ୍ଦୋଳନ କରିବା ବୋଲି ଚେତାବନୀ ଦେଇଛି । ଦାବିପତ୍ର ପ୍ରଦାନ ସମୟରେ ଭଞ୍ଜସେନା ର ସଭାପତି ପ୍ରଶ୍ନ ସାଇତି ନେତ୍ବ ତ୍ବରେ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଯୁବ ଛାତ୍ର ସଂଯୋଜକ ରାକେଶ ବେହେରା, ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି, ଛାତ୍ର ସଭାପତି ସୌମ୍ୟରଞ୍ଜନ ମିଶ୍ର, ସାଧାରଣ ସଂପାଦକ ମାନସ ବେହେରା, ବାରିପଦା ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, କପ୍ତିପଦା ଉପଖଣ୍ଡ ସଭାପତି ରବୀନ ମହାନ୍ତି, ପଞ୍ଚପୀଢ ଉପଖଣ୍ଡ ସଭାପତି ଦୀପକ ମହାନ୍ତ, ବାମନଘାଟୀ ଉପଖଣ୍ଡ ସଭାପତି ସୌମିତ ବଳ, ସଂପାଦକ ଏସ କେ ରାଜା ଖାନ, ସାଙ୍ଗଠନିକ ସଂପାଦକ ଧନଞ୍ଜୟ ସାହୁ, ବାରିପଦା ସହର ସଭାପତି ପ୍ରୀତମ ପଣ୍ଡା, ଉପସଭାପତି ରାକେଶ ମହାନ୍ତି, ଉପସଭାପତି ପ୍ରଶାନ୍ତ ମହାକୁଡ, ଛାତ୍ର ଉପସଭାପତି ରବି ଦ୍ର ସାହୁ, ଛାତ୍ର ନେତା ମୁକ୍ତିଦତ୍ତ ପରିଡା, ଅଭିଷେକ ମହାପାତ୍ର, ସଂପଦ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।


