ଯାଜପୁର,୧୭/୧୦(ସନ୍ଧାନ ନିୟୁଜ/ମାନସ ରାଉତ): ଯାଜପୁର ଜିଲ୍ଲାର କୁଆଖିଆ ବଜାର ୧୬ ନମ୍ବର ଜାତୀୟ ରାଜପଥଠାରୁ ୪ କିମି ଦୂରରେ ଅବସ୍ଥିତ ମଧୁବନ ସ୍ୱାସ୍ଥ୍ର୍ୟ କେନ୍ଦ୍ରରେ ଭିତ୍ତିଭୂମିର ଅଭାବ ରହିଛି । ଭଙ୍ଗା ଘରେ ଛ ଛ ଟି ବିଭାଗ ଚାଲିଛି । ପ୍ରସ୍ତୁତି ଗୃହ ନଥବାରୁ ରୋଗୀ ନାହିଁ ôନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବାଧ୍ୟ ହୋଇ ଅନ୍ୟ ଡାକ୍ତରକାନାକୁ ଯାଉଛନ୍ତି । ୧୯୭୫ ମସିହାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଥିବା ଡାକ୍ତରଖାନା ୨୦୦୪ ମସିହାରେ ଗୋଷ୍ଠି ସ୍ôାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଛି । ସ୍ଥାନୀୟ ନେତା ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ମେଡିକାଲ ଭିତ୍ତିଭୂମି ଅସଜଡା ହୋଇପଡିଛି । ବହୁ ବର୍ଷର ପୁରୁଣା ଭଙ୍ଗାରୁଜା ଓ ବିପଦପୂର୍ଣ୍ର ଘରେ ଚାଲିଛି ରୋଗୀସେବା । ଆଉଟ ଡୋର ରୁମ,ଲାବୋରେଟୋରୀ ରୁମ,ଔଷଧ ବିତରଣ କେନ୍ଦ୍ର,ଟିକାକରଣ କେନ୍ଦ୍ର,ଷ୍ଟାଫ ନର୍ସ ଡିୟୁଟି ଭଙ୍ଗା ରୁମରେ ଚାଲିଛି । ୨୫ଟି ପଂଚାୟତର ଲକ୍ଷାଧିକ ଲୋକ ଓ ସତାଧିକ ପ୍ରସ୍ଥୁତି ଯାଜପୁର,କଟକ,ଭୂବନେଶ୍ୱର ଆଦି ସ୍ଥାନକୁ ସ୍ଥାନକୁ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଯାଇ ଆର୍ଥିକ,ଶାରୀରିକ ଯନ୍ତ୍ରଣା ଭୋଗୁଛନ୍ତି । ପ୍ରତେହ ଏଠାରୁ ଦେଢ ଶହରୁ ଅଧିକ ଏବଂ ବେଳେବେଳ ଅଢେଇଶହ ପର୍ଯ୍ୟନ୍ତ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆସିଥାନ୍ତି । ପାଳିକରି ଡାକ୍ତର ଆସିବା ଯୋଗୁଁ ରୋଗୀ ସଂଖ୍ୟା କମିବାରେ ଲାଗିଛି । ଭେଷଜ,ସଲ୍ୟ,ସ୍ତ୍ରୀ ଓ ପ୍ରସୂତି,ଶିଶୁରୋଗ ବିଶେଷ ପଦବି ମଂଜୁର ହୋଇଥିବା ବେଳେ ଏଠାରେ କେବଳ ସ୍ତ୍ରୀ ଏବଂ ପ୍ରସୂତି ଡାକ୍ତର ବିଶ୍ୱର୍ଂଜନ କର ରୋଗୀ ସେବାରେ ନିୟୋଜିତ ଅଛନ୍ତି । ସ୍ପେସାଲିଷ୍ଟ ବଦଳରେ ପିଜି ନକରି ଥିବା ଦୁଇଜଣ ଏମ୍ବିବିଏସ ଡାକ୍ତର ରୋଗୀ ସେବା କରୁଛନ୍ତି । ଜଣେ ସ୍ପେସାଲ ଓ ଦୁଇଜଣ ଏମ୍ବିବିଏସ୍ ଡାକ୍ତର ମୋଟ ତିନି ଜଣ ଡକ୍ତର ପାଳିକରି ଆଠ ଘଂଟାା ଅନ୍ତରରେ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି ବୋଲି ଗୋଷ୍ଠୀ ସ୍ୱାସ୍ଥୃ୍ୟ ଜନ ସ୍ୱାସ୍ଥ୍ୟଅଧିକାରୀ ସୁଧାର କୁମାର ସାହୁ ପ୍ରକାଶ କରିଛନ୍ତି । ଏଠାରେ ଅଧିକ୍ଷକ ପଦବୀ ଫାଙ୍କା ପଡିଥିବା ବେଳେ ବିପିଏଚଓ ଡ.ସାହୁ ସେହି ଦାୟିତ୍ୱ ତୁଲାଉଛନ୍ତି । ଚାରି ଜଣ ଆଟେଣ୍ଡାଟ୍ କାମ ଚଳାଉଛନ୍ତି । ତିନି ତିନିଟି ଝାଡୁଦାର ପଦବି ଫାଙ୍କା ପଡିଛି । ସେହି କାର୍ଯ୍ୟକୁ ନିର୍ମଳା ଯୋଜନାରେ ଯାଜପୁରର ଠିକାସଂସ୍ଥା ବିରଜା ଏଜେନ୍ସିର ୬ ଜଣ ସୁଇପର କାର୍ଯ୍ୟ କରୁଛନ୍ତି । ଆମ୍ବୁଲାନ୍ସ ଅଛି ହେଲେ ଡ୍ରାଇଭର ଅଭାବରୁ ଆମ୍ବୁଲନ୍ସ ସେବା କାର୍ଯ୍ୟକାରୀ ହୋଇପାରୁନି । ୨୦୧୪ ମସିହାରେ କେଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ କୋଠା ଏବେ ଭୂତକୋଠିରେ ପରିଣତ ହୋଇଛି । କବାଟ ଝରକାରେ ଉଇ ଲାଗି ଭାଙ୍ଗିତୁଟି ଗଲାଣି । ନିମ୍ନମାନର କାର୍ଯ୍ୟଯୋଗୁଁ ଅନେକ ସ୍ଥାନରେ ନୂତନ ଗୃହ ଭାଙ୍ଗିବାକୁ ବସିଲାଣି । ଅବ୍ୟବହୃତ ହୋଇ ଘରଗୁଡିକ ପଡିରହିବାରୁ ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟିଛି । ନୂତନ କୋଠା ଜମି ମାଲିକାନାକୁ ନେଇ ନ୍ୟାୟାଳୟରେ ମାମଲା ଚାଲିଛି । ସେହି ଗୃହରେ ବିଦୁ୍ୟତ,ପାନୀୟଜଳର ସୁବିଧା ନଥିବା,ଭାଙ୍ଗିତୁଟି ଯାଇଥିବାରୁ ନୂତନ କୋଠାକୁ ମେଡିକାଲକୁ ସ୍ଥାନାନ୍ତର ହୋଇପାରୁନାହିଁ ବୋଲି ବିପିଏଚଓ ସୁଧୀର କୁମାର ସାହୁ କହିଛନ୍ତି । ନିରାମୟ ଯୋଜନାରେ ଔଷଧ ଠିକ୍ ଭାବେ ମିଳୁ ନାହିଁ । ସାଧାରଣ ଗରୀବ ରୋଗୀଙ୍କୁ ୫ ଶହରୁ ୭ ଶହ ଟଙ୍କା ପର୍ଯ୍ୟନ୍ତ ଔଷଧ ଲେଖିବାରୁ ରୋଗୀ ଅର୍ଥାଭାବରୁ ହତାଶ ହେଉଛନ୍ତି ।ତୁରନ୍ତ ଦିଗରେ ପଦକ୍ଷେପ ନେବାକୁ କେତେକ ପ୍ରକାଶ କରିିଛନ୍ତି ।
ଭଙ୍ଗା ଘରେ ଚାଲିଛି ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୬ ବିଭାଗ
|
October 18, 2019 |