ଆରଡ଼ି, ୨୩/୧୨/୨୦ (ସନ୍ଧାନ ନ୍ୟୁଜ୍/ପି. କେ. ବାରିକ୍) : ଭଦ୍ରକ ଜିଲ୍ଲା ବାବା ଆଖଣ୍ଡଳ ମଣି ଶ୍ରଦ୍ଧାଳୁ ମାନଙ୍କ ର ଅଗାଢ ଭକ୍ତି ଭରା ଅପେକ୍ଷା ର ପୂର୍ଣ୍ଣଚ୍ଛେଦ ପଡି ବାକୁ ଯାଉଛି। କରୋନା ର ନିୟମ ଅନୁଯାୟୀ ଦୀର୍ଘ ଦିନ ହେଲା ସମସ୍ତ ମନ୍ଦିର ମାନ ବନ୍ଧ ହୋଇଥିଲା। ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିର ଆସନ୍ତା ତିନି ତାରିଖ ଠାରୁ ଖୋଲିବ ବୋଲି ଭଦ୍ରକ ଜିଲ୍ଲାପାଳ ଟୁଇଟ୍ ଯୋଗେ ଜଣାଇଛନ୍ତି। ସରକାର ଙ୍କ ର ନିଷ୍ପତି ଯୋଗେ ଟ୍ରଷ୍ଟ ବୋର୍ଡ, ସେବାୟତ ଙ୍କ ସହ ଆଲୋଚନା ପରେ ସଂପୂଣ୍ଣ କୋଭିଡ୍ କଟକଣା ମଧ୍ୟରେ ଖୋଲାଯିବ। ପ୍ରଥମ ରେ ଆସନ୍ତା ୨୮ ଏବଂ ୨୯ ତାରିଖରେ ସେବାୟତ ଏବଂ ସେବାୟତ ପରିବାର ଙ୍କୁ ପୂଜା କରିବା ସହ ଦର୍ଶନ କରିବାର ସୁଯୋଗ ଦିଆଯିବ।୩୦/୩୧ ତାରିଖ ଆଖ ପାଖ ପଞ୍ଚାୟତ ର ଗ୍ରାମବାସୀ ମାନଙ୍କୁ ଦର୍ଶନ ଦେବା ସଙ୍ଗେ ସଙ୍ଗେ ୧/୨ ତାରିଖରେ ମନ୍ଦିର ବନ୍ଦ ରହିବାର ସୂଚନା ମିଳିଛି। ତିନି ତାରିଖ ପାଖରୁ ସମସ୍ତ ସାଧାରଣ ଭକ୍ତ ମାନଙ୍କୁ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟ ପ୍ରଶାସନ ଙ୍କ କୋଭିଡ୍ ନିୟମ ଅନୁଯାୟୀ ସମସ୍ତ ଭକ୍ତ ମାନଙ୍କ ର ବ୍ୟବଧାନ ଛଅ ଫୁଟ୍ ର ସାମାଜିକ ଦୂରତା ରହିବା ସହ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କୁହାଯାଉଛି। ଧୁସୁରି ଏବଂ ଆରଡ଼ି ପୋଲିସ୍ ସହ ଚାନ୍ଦବାଲି ବିଡ଼ିଓ ଓ ତହସିଲ୍ଦାର ଙ୍କୁ ତଦାରଖ ର ଦାୟିତ୍ଵ ଦିଆ ଯାଇଛି। ଏଭଳି ଶୁଭ ଖବର ପାଇ ସ୍ଥାନୀୟ ଅଞ୍ଚଳ ରେ ବାବା ଆଖଣ୍ଡଳ ମଣି ଭକ୍ତ ମାନଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳିଥିବା କୁହାଯାଉଛି।
ଭକ୍ତ ଙ୍କ ଅପେକ୍ଷା ରେ ପୂର୍ଣ୍ଣଚ୍ଛେଦ; ଖୋଲିବ ବାବା ଆଖଣ୍ଡମଣି ମନ୍ଦିର
|
December 23, 2020 |