କଟକ, ୧୯/୦୪/୨୧ (ସନ୍ଧାନ ନିଉଜ) : କଟକ ସଦର ବ୍ଲକ ବୟାଳିଶମୌଜାର ୬ଟି ଗ୍ରାମପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦେଖା ଦେଇଥିବା ବେଳେ ବିଶେଷ କରି କଳପଡା ପଂଚାୟତର ୨୦ଟି ୱାର୍ଡରେ ସମସ୍ୟା ଉତ୍କଟ ରୂପ ନେଇଛି । ସୂଚନାଯୋଗ୍ୟ ସରକାରଙ୍କର ସ୍ୱଜଳଧାରା ଯୋଜନାରେ ସକାଳୁ ଆଉ ସନ୍ଧ୍ୟାରେ ପାନୀୟ ଜଳ ଆସୁଛି କିନ୍ତୁ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ବ୍ୟବହାରକୁ ନେଇ ପର୍ଯ୍ୟାପ୍ତ ପରିମାଣର ହେଉ ନଥିବା ବେଳେ ବିଭିନ୍ନ ସ୍ଥାନରେ ନଳକୂପ ଅଚଳ,ନଳକୂପ ଚତୁର୍ପାଶ୍ୱର ପିଣ୍ଡି ମଧ୍ୟ ଭଗ୍ନ ଅବସ୍ଥାରେ ପଡିରହିଛି ଏଥିସହ ନଳକୂପରୁ ନାଲିଯୁକ୍ତ ଲୌହପାଣି ନିର୍ଗତ ହେବାରୁ ଏହା ନିତ୍ୟ ବ୍ୟବହାର୍ଯ୍ୟ ଉପଯୋଗୀ ହୋଇ ପାରୁନାହିଁ । ଏହି ସମସ୍ୟାର ଆଶୁ ସମାଧାନ କରି ଅଞ୍ଚଳବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଦେବୀ ପ୍ରସାଦ ପତି,ଅନି ମହାପାତ୍ର,ବିଜୟ ନାୟକ, ବିରଜା ଭୂଷଣ ପତି,ତାପସ ମହାପାତ୍ର,ପୁଷ୍ପ ରଂଜନ ପ୍ରଧାନ, ଦେବାଶିଷ ପରିଡା,ବାବୁନା ଦାସ,ପ୍ରଶାନ୍ତ ସ୍ୱାଇଁ,ଧନଞ୍ଜୟ ମହାପାତ୍ର, ପ୍ରକାଶ ଭୋଇ,ବିକାଶ ପରିଡ଼ା,ଅନୟ ମହାପାତ୍ର,ତୋଫାନ ବିଶ୍ବାଳ କାର୍ଯ୍ୟକର୍ତା ପ୍ରମୁଖ ପାନୀୟଜଳ ଯୋଗାଣ ବିଭାଗ ଅଧିକାରୀଙ୍କୁ ଦାବି କରିଛନ୍ତି ।
ବୟାଳିଶମୌଜା ବାସିନ୍ଦାଙ୍କ ପାନୀୟ ଜଳ ସମସ୍ୟା ଦୂର କରାଯାଉ : ଉତ୍କଳ ବିକାଶ ପରିଷଦ,କଟକ ସଦର ।
|
April 19, 2021 |