ବୟାଳିଶମୌଜାରେ ରାତ୍ରୀ କାଳୀନ କ୍ରିକେଟ ଟୁନାମେଣ୍ଟ  ଉଜ୍ଜ।ପିତ ।

Spread the love
କଟକ, ୦୯/୦୩/୨୧ (ସନ୍ଧାନ ନିଉଜ) – କଟକ ସଦର ବୟାଳିଶମୌଜା ଉପକଣ୍ଠ ବରାଳ ସ୍ଥିତ ତ୍ରିନାଥ କ୍ରିକେଟ ଟିମ  ଆନୁକୂଲ୍ୟରେ ଏକରାତ୍ରି କାଳୀନ କ୍ରିକେଟ ଟୁନାମେଣ୍ଟ ଅନୁଷ୍ଠିତ ହୋଇ  ସର୍ବମୋଟ ୧୬ଟି ଟିମ ଅଂଶଗ୍ରହଣ କରି ୨ ଓଭର ୨ବଲରେ ଖେଳି ମଣିବାଡ଼ କ୍ରିକେଟ କ୍ଲବ ୧୭ ରନ କରି ବିଜୟ ଲାଭ କରି ବିଜୟୀପଦକ ସହ ୪୫୦୦ ଟଙ୍କା ପୁରସ୍କାର ପାଇଥିବା ବେଳେ ୟଙ୍ଗଷ୍ଟାର କ୍ରିକେଟ କ୍ଲବ ରାଉତରାପୁରକୁ  ରନର୍ସକପ ସହ ୩୫୦୦ ଟଙ୍କା ପ୍ରଦାନ କରାଯାଇଛି ।  ଏହି ଟୁନାମେଣ୍ଟରେ ସମ୍ମାନୀତ ବରେଣ୍ୟ ଅତିଥିଭାବେ ବେଣ୍ଟକାର ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼,ମୁଖ୍ୟ ଅତିଥି ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଆଇନିଜୀବୀ ସଂଜୀବ ବିଶ୍ୱାଳ,କୃଷକନେତା ଦେବୀ ପ୍ରସାଦ ପତି,ଅନିଲ ମହାପାତ୍ର, ଶ୍ରମିକ ନେତା ଚକ୍ରବର୍ତ୍ତୀ ଓତା,ବିଜୟ ନାୟକ,ରସାନନ୍ଦ ବେହେରା ଯୋଗଦାନ କରିଥିଲାବେଳେ ମ୍ୟାଚରେ ଅମ୍ପେୟାର ଭାବେ ରାଜେଶ ପ୍ରଧାନ,ଶକ୍ତ ରଂଜନ ବେହେରା ଓ ଟିମର ସମସ୍ତ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହି  ଟୁନାମେଣ୍ଟ ପରିଚାଳନା କରିଥିଲେ ।

Related Posts

About The Author

Add Comment