ବୟାଳିଶମୌଜାରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ କରୋନା ଦୁଃସମୟରେ ଅନନ୍ୟ ସେଵା

Spread the love
କଟକ, ୦୫/୦୬/୨୦୨୧ (ସନ୍ଧାନ ନିଉଜ) – କରୋନା ମହାମାରୀର ଦିତୀୟ ଲହର କାୟା ବିସ୍ତାର କରିଥିବା ବେଳେ ଏହାର କବଳରୁ ମାନବ ସମାଜକୁ ରକ୍ଷା କରାଯିବା ନେଇ ତଥା କରୋନା ସଂକ୍ରମଣ ରୋକିବା ଦିଗରେ  ଜନସଚେତନତା ପ୍ରଚାର ପତ୍ର ବଣ୍ଟନ,ମାଇକ୍ରୋଫୋନ ଯୋଗେ ସଚେତନତାର ବାର୍ତ୍ତା ପ୍ରଚାର,ନୋଜ ମାସ୍କ ବଣ୍ଟନ ଏବଂ ବିଶୋଧନ ଦ୍ରବ୍ୟ ସିଂଚନ ଆଦି ଜରୁରୀ ସେଵା କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ  ବୟାଳିଶମୌଜା ଉପକଣ୍ଠ କଳପଡା ଓ କୂଳସରିଚୁଆଁ ପଂଚାୟତର ଭାରଗୋଳ,ଟାଇଁକଣା,ବରାଳ,ଚାନ୍ଦୁଲି ଆଦି ବହୁ ଗ୍ରାମ,ଟାଇଁକଣା ପ୍ରାଥମିକ ବିଦ୍ୟାଳୟ,ବହୁ ମନ୍ଦିର,ବଜାର,ସବୁ ସାହି ଏବଂ ଆଖପାଖ ଅଂଚଳରେ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ବିଜୟ କୁମାର ନାୟକ,ଅଶୋକ ସାହୁ,ଦେବୀ ପ୍ରସାଦ ପତି,ଦେବାଶିଷ ପରିଡା,ବାବୁନା ଦାସ,ପ୍ରଦୀପ ଦାସ,ଶ୍ରୀମନ୍ତ ସାମଲ,ପ୍ରଶାନ୍ତ କୁମାର ସ୍ବାଇଁ,ସନ୍ତୋଷ ସ୍ୱାଇଁ,ମଙ୍ଗରାଜ ସେଠୀ,ଶରତ ରାଉଳ,ଗଜେନ୍ଦ୍ର ବେଉରା,ଅନିଲ ମହାପାତ୍ର,ଅଲୋକ ସାହୁ,ରସାନନ୍ଦ ସାହୁ ପ୍ରମୁଖ  କର୍ମକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ  ପରିଚାଳନ କରିଥିଲେ ।

Related Posts

About The Author

Add Comment