ବୟସ ପ୍ରାମାଣପତ୍ର ପାଇଁ ବୋର୍ଡ଼ ସାର୍ଟିଫିକେଟ୍ ସର୍ବାଧିକ ଗ୍ରହଣଯୋଗ୍ୟ : ହାଇକୋର୍ଟ

Spread the love

ବାରିପଦା ୦୩/୦୮/୨୦୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅଞ୍ଚଳରେ ହୋଇଥିବା ନାବାଳିକା ବଳତ୍କାର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତର ଜାମିନ୍ ଆବେଦନକୁ ହାଇକୋର୍ଟ ଆଜି ଖାରଜ କରି ଦେଇଛନ୍ତି । ତେବେ ଏହି ମାମଲାରେ ନାବାଳିକାଙ୍କ ବୟସ ପ୍ରମାଣ ପାଇଁ ବୋର୍ଡ ସାର୍ଟିଫିକେଟ୍‌ରେ ଥିବା ବୟସ ସର୍ବାଧିକ  ଗ୍ରହଣଯୋଗ୍ୟ ବୋଲି  ହାଇକୋର୍ଟ ମତ ଦେଇଛନ୍ତି । ଅଭିଯୁକ୍ତ  ଦେବବ୍ରତ ସାହୁ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ପୀଡ଼ିତାଙ୍କ ବାପା ୨୦୧୯ ଅକ୍ଟୋବର ୫ ତାରିଖରେ ଅଭିଯୁକ୍ତ ବିରୋଧରେ ଏକ ଏତଲା ଦେଇଥିଲେ । ତାଙ୍କର ଅଭିଯୋଗ କୁ ଥିଲା ଯେ, ଅଭିଯୁକ୍ତ ତାଙ୍କ ନାବାଳିକାଝିଅ ସହ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖୁଥିଲା । ଏପରିକି ଗର୍ଭପାତ ମଧ୍ୟ କରାଇଥିଲା । କିନ୍ତୁ ପରେ ବିବାହ ନକରି କେଉଁଆଡେ ଫେରାର ହୋଇ ଯାଇଥିଲା । ଏହି ଅଭିଯୋଗ ଆଧାରରେ ପୋଲିସ ପୋକ୍ ସୋ ଆଇନ ସହ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରି ସେହି ବର୍ଷ ନଭେମ୍ବର ୨୭ ତାରିଖରେ ଅଭିଯୁକ୍ତ ଦେବବ୍ରତ ସାହୁକୁ ଗିରଫ କରିଥିଲା । କେନ୍ଦୁଝର ଜିଲ୍ଲା ଜଜ୍ ଜାମିନ୍‌ ଆବେଦନ ଖାରଜ କରିଦେବା ପରେ ଆବେଦନକାରୀ ତଥା ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ପୋକ୍ ସୋ ଆଇନ ଗ୍ରହଣୀୟ ନୁହେଁ ବୋଲି ତାଙ୍କ ଆଇନଜୀବୀ ଅଦାଲତଙ୍କୁ ଅବଗତ କରିଥିଲେ । ଥାନାରେ ଏତଲା ଦିଆଗଲା ବେଳକୁ ନାବାଳିକା ବୋଲି କୁହାଯାଉଥିବା ପୀଡିତାଙ୍କ ବୟସ ଆଧାର କାର୍ଡ ଏବଂ ଅଙ୍ଗନବାଡି ରିପୋର୍ଟ ଆଧାରରେ ୧୮ବର୍ଷରୁ ଅଧିକ ବୋଲି ଆବେଦନକାରୀଙ୍କ ଓକିଲ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ବୋର୍ଡର ସାର୍ଟିଫିକେଟ୍ ଆଧାରରେ ପୀଡିତାଙ୍କ ବୟସ ୧୮ ବର୍ଷ ରୁ କମ୍ ରହି ଥିବା ଜଣାପଡ଼ିଥିଲା । ଏହାକୁ ନେଇ ହାଇକୋର୍ଟ ସୁପ୍ରିମକୋର୍ଟ ଏବଂ ଅନ୍ୟାନ୍ୟ ଅଦାଲତର ଜଣେ ନାବାଳିକାଙ୍କ ବୟସର ପ୍ରମାଣ ପାଇଁ କେଉଁ ପ୍ରମାଣପତ୍ର ସର୍ବାଧକ ଗ୍ରହଣଯୋଗ୍ୟ ତାହାର ବିଭିନ୍ନ ରାୟର ଅବତାରଣା କରିଥିଲେ । ଏପରିକି ନାବାଳିକାଙ୍କ ବୟସକୁ ନେଇ ତାଙ୍କର ସମ୍ପର୍କୀୟମାନେ ଦେଉଥିବା ସତ୍ୟପାଠ ମଧ୍ୟ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ ମତ ଦେଇଛନ୍ତି । ଏଭଳି କ୍ଷେତ୍ରରେ ମାଟ୍ରିକ ସାର୍ଟିଫିକେଟ୍ ଏବଂ ସ୍କୁଲ ରେଜିଷ୍ଟ୍ରାର ଆଧାରରେ ଯେଉଁ ବୟସ ରହିଛି ତାହା ସର୍ବାଧିକ ଗ୍ରହଣୀୟ ବୋଲି ହାଇକୋର୍ଟ ମତ ଦେଇଛନ୍ତି ।

Related Posts

About The Author

Add Comment