ଯାଜପୁର ସଦର,୧୮/୧୨: ଯାଜପୁର ଜିଲ୍ଲା ଜାରକା ଜଳସେଚନ ଡିଭିଜନ ଅଧିନରେ ଥିବା କେଲୁଅ ନଦୀବନ୍ଧକୁ ସଂଯୋଗ କରାଯିବା ପାଇଁ ବଡ଼ନହନଙ୍ଗରା ବନ୍ଧଡିହ ମଧ୍ୟସ୍ଥଳୀରେ ବ୍ରାହ୍ମଣୀଖାଲ ଉପରେ ଏକ ପୋଲି ନିର୍ମାଣ କରାଯିବା ପାଇଁ ଜଳ ସଂପଦ ବିଭାଗର କନିଷ୍ଠଯନ୍ତ୍ରୀ ସର୍ଭେ କରିବା ସହିତ ୧୫ଫୁଟ ଉଚ୍ଚର ନାଳ ଉପରେ ପୋଲ ନିର୍ମାଣ କରାଯିବା ପାଇଁ ସରକାରଙ୍କ ନିଦ୍ଦେର୍ଷ ଥିବା ବେଳେ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍ଗ ନେତୃତ୍ୱରେ ଏବଂ ବରୀ ବିଧାୟୀକା ସୁନନ୍ଦା ଦାସଙ୍କ ତତ୍ୱାବଧାନରେ ବନ୍ଧଡିହ ହାଟଠାରୁ ବଡ଼ନହନଙ୍ଗରାକୁ ଯାଇଥିବା ମଧ୍ୟସ୍ଥଳୀରେ ପୋଲ କରାଯିବ ବୋଲି ସର୍ଭେ କରାଯାଇଥିଲା । ଏହି ସର୍ଭେ ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ବଳେ, ବନ୍ଧଡିହ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ବିଜୟ କୁମାର ଜେନା, ଅରାବଳ ପଂଚାୟତ ପୂର୍ବତନ ସରପଂଚ ରାଜନୈତିକ ନେତା ଗୋବିନ୍ଦ ଚନ୍ଦ୍ର ସାମଲ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବନ୍ୟା ସମୟରେ ଏହି ଅଞ୍ଚଳ ବୁଡ଼ି ଯାଉଥିବାରୁ ଯାତାୟତ ପାଇଁ ବ୍ରାହ୍ମଣୀଖାଲ ଉପରେ ପୋଲ ନିର୍ମାଣ କରାଯିବ ପାଇଁ ପ୍ରସ୍ତାବ କରାଯାଇଥିଲା ।
ବଡ଼ ନହନଙ୍ଗରାରେ ବ୍ରିଜ ନିର୍ମାଣ କରାଯିବା ପାଇଁ ସର୍ଭେ କରାଗଲା
|
December 18, 2021 |