ବଡ଼ବାଲିକୁଦା ପଂଚାୟତର ୪ଟି ସେଣ୍ଟରରେ ପୋଷାକ ବଣ୍ଟନ

Spread the love

ଯାଜପୁର, ୦୩/୧୦/୨୦୨୧ (ସନ୍ଧାନ ନିଉଜ) : : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ବାଲିକୁଦା ପଂଚାୟତ ବଡ଼ବାଲିକୁଦା ଗ୍ରାମର ୪ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଛୋଟଛୋଟ ପିଲା ମାନଙ୍କୁ ୨ହଳ ପୋଷାକ ବଣ୍ଟନ କରାଯାଇଥିଲା । ଅଙ୍ଗନୱାଡ଼ି କେନ୍ଦ୍ରର ଶିକ୍ଷୟତ୍ରୀ ଏବଂ ସହାୟିକା ସହକାରୀ ମାନଙ୍କ ତତ୍ୱାବଧାନରେ ପିଲାମାନଙ୍କୁ କେନ୍ଦ୍ରସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଦିଆଯାଇଥିବା ସୁସମ ଖାଦ୍ୟ ସହିତ ୨ହଳ ଲେଖାଏଁ ଝୀଅପିଲା ଏବଂ ପୁଅପିଲା ମାନଙ୍କୁ ସେଣ୍ଟର ଶିକ୍ଷୟତ୍ରୀ ଏବଂ ସହାୟିକା ବଣ୍ଟନ କରିଥିଲେ । ଏହ ଅବସରରେ ବଡ଼ବାଲିକୁଦା ଗ୍ରାମର ୧ନଂ, ୨ନଂ, ୩ନଂ, ୪ନଂ କେନ୍ଦ୍ରରେ ପିଲା ମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ର ପକ୍ଷରୁ ପୋଷାକ ବଣ୍ଟନ କରାଯାଇଥିଲା ।

Related Posts

About The Author

Add Comment