ଯାଜପୁର, ୮/୪(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଯାଜପୁରରେ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିବା ଏକ ଡକାୟତି ଗ୍ୟାଙ୍ଗ୍ ପୋଲିସ୍ ହାତରେ ଧରାପଡିଛି। ସେମାନେହେଲେ ଯାଜପୁର ରୋଡ଼ ଥାନା ମାନପୁର ଗ୍ରାମର କେଶବ ପାତ୍ରଙ୍କ ପୁଅ ନିଲୁ ପାତ୍ର ,କଳିଙ୍ଗନଗର ଥାନା ନୌରାଣୀ ପଶି ଗ୍ରାମର କୁସ ଲୌହରାଙ୍କ ପୁଅ ଭକ୍ତ ବଲ୍ଳଭ ,ନୀଳକଣ୍ଠପୁର ଗ୍ରାମର ମନ୍ଥନ ପେରେଇଙ୍କ ପୁଅ ସଂଜୀବ ପେରେଇ, ଜଖପୁରା ଥାନା ଅନ୍ତର୍ଗତ ଦଶ ମାଣିଆ ଗ୍ରାମର ନାଗେଶ୍ୱର ପ୍ରଧାନଙ୍କ ପୁଅ ରଙ୍ଗା ପ୍ରଧାନ, ଓ ସାରଙ୍ଗ ପୁର ଗ୍ରାମର ବିରବର ସାହୁଙ୍କ ପୁଅ ତ୍ରିଲୋଚନ ସାହୁ ବୋଲି ଜଣା ପଡ଼ିଛି ,ସେମାନଙ୍କ ନିକଟରୁ ଦୁଇଟି ଦେଶୀ ପିସ୍ତଲ, ଗୋଟିଏ ଖଣ୍ଡା, ଗୋଟିଏ ଛୁରୀ,ଏଭଳି ଅନେକ ମାରଣା ଅସ୍ତ୍ର ସହ ଗୋଟିଏ ସୁନାଚେନ ମଧ୍ୟ ଜବଦ କରାଯାଇଛି ,କଳିଙ୍ଗନଗର ଥାନା ପରିସରରେ କଳିଙ୍ଗ ନଗର ଅତିରିକ୍ତ ଆରଖି ଅଧିକ୍ଷକ ରାଜକିଶୋର ଦୋରା ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ,ପୋଲିସ୍ ସୂଚନା ଅନୁଯାୟୀ, କଇଥା ଗ୍ରାମରେ ଡକାୟତ କରିବାପାଇଁ ଏହି ପରିତ୍ୟକ୍ତ ଘରେ ମସୁଧା ଚଳାଇଥିଲେ, ଖବର ପାଇ ପୋଲିସ୍ ଚଢ଼ଉକରି ଏମାନକୁ କାବୁ କରିବାରେ ସଫଳ ହୋଇଛି ,ଏମାନଙ୍କ ନାମରେ ବିଭିନ୍ନ ଥାନାରେ ବହୁମାମଲା ରହିଛି ,ଡୁବୁରି ଛକରେ ଗୁଳି ଫୁଟାଇ ସୁନା ଦୋକାନୀକୁ ଆକ୍ରମଣ ଘଟଣାରେ କଳିଙ୍ଗନଗର ଥାନା କେଶ ନମ୍ବର ୬୭/୨୦୧୮ରେ ସୁନାଚେନ ଚୋରି ମାମଲାରେ
ବଡ଼ଧରଣର ଡକାୟତି ପାଇଁ ଯୋଜନାପଣ୍ଡ, ୫ ଦୃଦାନ୍ତ ଡକାୟତ ଗିରଫ
|
April 9, 2019 |
ପାଣିକୋଇଲି ଥାନାରେ ମଧ୍ୟ,୬୩/୨୦୧୯,ଜଖପୁରା ଥାନା ହାଇୱ।ଲୁଟ ଘଟଣାରେ କଳିଙ୍ଗନଗର ଥାନା କେଶ ନମ୍ବର ୬୩/୨୦୧୯ରେ ଦଫା ୩୯୯,୪୦୨,ଆଇପିସି,୨୫ ଆରମ ଆକ୍ଟରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।ଗିରଫ୍ ଡକାୟତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଢାଉ ବେଳେ କଳିଙ୍ଗନଗର ଥାନାର ଅସ୍ଆଇ ମନମୋହନ ରାଉତ,ଅଜୟ ସାହୁ, ଓ ଏଏସ୍ଆଇ ନକୁଳ ହାତୀଙ୍କ ସମେତ ଥାନାର ବହୁ କର୍ମଚାରୀ ସାମିଲ ଥିଲେ ।।