ଯାଜପୁର: (ସନ୍ଧାନ ନୁ୍ୟଜ) ଯାଜପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଗୌତମ ବୃଦ୍ଧ ସଂସ୍କୃତ ଭବନରେ ଆୟୋଜିତ ଦଶମ ଜାତୀୟ ମତଦାତା ଦିବସ ୨୦୨୦ ଅବସରରେ ମା ବାସୁଳା ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ପରିଡ଼ଙ୍କୁ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରା ବଡ଼ଚଣା ପଞ୍ଚାୟତ ସମିତିର ସର୍ବଶ୍ରେଷ୍ଠ ବୁଥସ୍ତରୀୟ ଅଧିକାରୀ (ବି.ଏଲ.ଓ) ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ପରିଡ଼ା ନିର୍ବାଚନ ଗାରିମାକୁ ଅକ୍ଷୁଣ୍ଣ ରଖି ଶାନ୍ତିପୂର୍ଣ୍ଣ ଓ ମୁକ୍ତ ଅବାଧ ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠି, ଭାଷା ବିଶେଷ କରି ନିରପେକ୍ଷ ଭାବରେ ନିର୍ବାଚନ ସମ୍ବଦ୍ଧୀୟ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଶ୍ରୀ ପରିଡ଼ାଙ୍କୁ ବିଭିନ୍ନ ସାମାଜିକ ଅନୁଷ୍ଠାନ, ବହୁ ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜିବୀ ଶୁଭୋଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ବଡ଼ଚଣା ପଞ୍ଚାୟତ ସମିତିର ଶ୍ରେଷ୍ଠ ବୁଥସ୍ତରୀୟ ଅଧିକାରୀ ଶଙ୍କର୍ଷଣ ପରିଡ଼ା
|
January 26, 2020 |



