ବଡ଼ଚଣା ଜିଆରଏସଙ୍କ ଆତ୍ମହତ୍ୟା ସନ୍ଦେହ ଘେରରେ

Spread the love

ଯାଜପୁର ,୦୧/୦୯/୨୦୧୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଥାନା ନିକଟସ୍ଥ ପତରାଜପୁର ପଂଚାୟତର ଜିଆରଏସ୍ ରଶ୍ମିରଂଜିତା ପାଢ଼ୀ(୩୦) ବିବାହିତା ହୋଇଥିବା ବେଳେ, ନିଜ ଓଢ଼ଣୀରେ ଭଡ଼ାଘରେ ଆତ୍ମହତ୍ୟା କରିବା ଘଟଣା ଏ ଅଂଚଳରେ ଚହଳ ପକାଇଚି । ଘଟଣାରୁ ପ୍ରକାଶ ଯେ, କଳାଶ୍ରୀ ଗୋପାଳପୁର ଗ୍ରାମର କୁଞ୍ଜବିହାରୀ ପାଢ଼ୀଙ୍କ ଝୀଅ ରଶ୍ମୀରଂଜିତା ପାଢ଼ୀ ବଡ଼ଚଣା ବ୍ଲକ୍ ପତରାଜପୁର ପଂଚାୟତରେ କାର୍ଯ୍ୟକରୁଥିବା ବେଳେ, କାହିଁକି ରଶ୍ମିରଂଜିତା ଆତ୍ମହତ୍ୟା କଲା ତାହା ସନ୍ଦେହ ଘେରରେ ରହିଚି । ବଡ଼ଚଣା ଥାନା ନିକଟସ୍ଥ ଚଣ୍ଡିଖୋଲ ନିକଟରେ ଥିବା ଡାକ୍ତର ବିଜୟ ଶତପଥିଙ୍କ ଘରେ ରଶ୍ମିରଂଜିତା ଭଡ଼ାରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ କାର୍ଯ୍ୟସାରି ନିଜ ଭଡ଼ାଘରେ ଶୋଇବାକୁ ଯାଉଥିବା ବେଳେ, ରଶ୍ମିରଂଜିତା ନଉଠିବାରୁ ପଡ଼ୋଶୀ ଲୋକମାନେ ରଶ୍ମିରଂଜିତାକୁ ଡାକ ପକାଇଥିଲେ । ରଶ୍ମିରଂଜିତା ନଉଠିବାରୁ ପଡ଼ୋଶୀମାନେ କବାଟ ଖୋଲିବା ସହିତ ରଶ୍ମିତାରଂଜିତା ନିଜ ଓଢ଼ଣୀରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ବ୍ଲକର ବରଦା ଗ୍ରାମର ରତ୍ନାକର ପତୀଙ୍କ ପୁଅ ଇଂଜିନିୟର ଦେବାଶିଷ ପତୀଙ୍କୁ ୫ବର୍ଷ ହେବ ବିବାହ କରିଥିଲେ । ଦେବାଶିଷଙ୍କ ଔରଷରୁ ଏକ ଝୀଅ ଜନ୍ମହୋଇଥିଲା । ଦେବାଶିଷ ପତୀ ଝାରସୁଗୁଡ଼ାରେ ଇଂଜିନିୟର ଭାବେ କାର୍ଯ୍ୟକରୁଥିବା ବେଳେ, ରଶ୍ମିରଂଜିତା ଚାକିରୀ ଏହି ବ୍ଲକରେ କରୁଥିବାରୁ ବିଜୟ ଶତପଥିଙ୍କ ଘରେ ଭଡ଼ାରେ ରହୁଥିଲେ । ନିଜ ପିଉଶିଙ୍କୁ ରଶ୍ମିରଂଜିତା ପାଖରେ ରଖୁଥିବା ବେଳେ, ଝୀଅର ଦେଖାଶୁଣା ପାଇଁ ପିଉସୀଙ୍କୁ ପାଖରେ ଆଣି ରଖିଥିଲେ । ପିଉସୀ ରଶ୍ମିରଂଜିତା ନଉଠିବାରୁ ପଡ଼ିଶା ଲୋକମାନଙ୍କୁ ପିଉସୀ ମଂଜୁଲତା ପାଢ଼ୀ ଡାକ ପକାଇଥିଲେ । ଦେଖିଲା ବେଳକୁ ରଶ୍ମିରଂଜିତା ନିଜଓଢ଼ଣୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏନେଇ ବଡ଼ଚଣା ଫାଣ୍ଡୀ ଅଧିକାରୀ ଘଟଣା ସ୍ଥଳରେ ପହଁଞ୍ôଚ ଶବକୁ ଜବତ କରିବା ସହିତ ପୋଷ୍ଟବଟମ ପାଇଁ ବଡ଼ଚଣା ମେଡ଼ିକାଲକୁ ପଠାଇଥିଲେ । ବଡ଼ଚଣା ପୋଲିସ ପକ୍ଷରୁ ତଦନ୍ତ ଚାଲୁଥିବା ବେଳେ, ରଶ୍ମିରଂଜିତ ଫ୍ୟାନରେ ଝୁଲୁଥିବା କାରଣ କଣଥିଲା ଯାହାକି ସନ୍ଦେହ ଘେରରେ ରହିଚି । ବଡ଼ଚଣା ଥାନା ପୋଲିସ ରଶ୍ମିରଂଜିତାର ମୋବାଇଲକୁ ଜବତ କରିଚି । ବଡ଼ଚଣା ଥାନା ଅଧିକାରୀ ପ୍ରିୟବ୍ରତ ରାଉତ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଚିତ୍ତରଂଜନ ଜେନା ରଶ୍ମି ମୋବାଇଲକୁ ଜବତ କରିବା ସହିତ ରଶ୍ମିରଂଜିତ ନିକଟକୁ କିଏ ଫୋନ କରିଥିଲା ଯାହା ଫଳରେ ରଶ୍ମିରଂଜିତା ଆତ୍ମହତ୍ୟାକରିବା ପାଇଁ ବାଧ୍ୟ ହୋଇଥିଲା ପୋଲିସ ସେହି ନଂକୁ ଟ୍ରାପିଂ କଲେ ରଶ୍ମିରଂଜିତାର ମୃତ୍ୟୁର ରହସ୍ୟ ଜଣାପଡ଼ିବ । ବଡ଼ଚଣା ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ତଦନ୍ତ ଜାରି ରହିଚି । ପ୍ରକୃତ ଆତ୍ମହତ୍ୟା ରହସ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଚି । Report- Gopinatha Das

Related Posts

About The Author

Add Comment