ଚଣ୍ଡିଖୋଲ, ୩/୧/୨୦ (ସନ୍ଧାନ ନିଉଜ) :- ମାହାଙ୍ଗା ନଳବେଗୀ ସ୍ଥିତ ତ୍ରୀନାଥ ମୀରା ଦେବୀ ସଂସ୍କୃତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆଜି ବଡ଼ଚଣା ବ୍ଲକ ଅନ୍ତର୍ଗତ ଜାହ୍ନଗିରୀ ଉଚ୍ଚ ବିଦ୍ୟାଳୟ ଠାରେ ଉଦଯାପିତ ହୋଇଛି । ଗତ ୨୫ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଥିବା ୭ ଦିନ ବ୍ୟାପି ଜାତୀୟ ସେବା ଯୋଜନାର ଛାତ୍ର ଛାତ୍ରୀ ମାନେ ବୃକ୍ଷ ରୋପଣ, ନିଶା ନିବାରଣ, ବାହ୍ୟ ମଳତ୍ୟାଗ, ସଡ଼କ ସୁରକ୍ଷା, ପରିବେଶ ସୁରକ୍ଷା ଉପରେ ନିକଟସ୍ଥ ଗ୍ରାମ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଆଜିର ଉଦଯାପିତ ଉତ୍ସବରେ ସମାଜସେବୀ ମାୟାଧର ଖଣ୍ଡାୟୀଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡ଼ଘୁମୁରୀ ଗ୍ରାମ ପଞ୍ଚାୟତ ସରପଂଚ ନିବେଦିତା ସାହୁ, ପୂର୍ବତନ ସରପଞ୍ଚ ଦୁଃଶାସନ ସ୍ୱାଇଁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଜନୀ କାନ୍ତ ପୃଷ୍ଟି, ସମାଜ ସେବୀ ରାମଚନ୍ଦ୍ର ସ୍ୱାଇଁ , ଯୁବ ସମାଜ ସେବୀ ଭବାନୀ ଶଙ୍କର ସାହୁ ପ୍ରମୁଖ ଯୋଗ ଦେଇ ଶିବିରାଥୀ୍ର ମାନଙ୍କୁ ବିଭିନ୍ନ ସଚେତନାତ୍ମକ ବିଷୟ ଉପରେ ଆଲୋଚନା କରିଥିଲେ । ଏହି ଶିବିରକୁ ଜାତୀୟ ସେବା ଯୋଜନାର ସଂଯୋଜକ ଅଧ୍ୟାପକ ଅଜୟ ପ୍ରକାଶ ଦାସ, ମିତ୍ର ଭାନୁ ପ୍ରଧାନ, ସଂପାକଦ ମାନଧର ନାୟକ, ଶଶଧର ପତି, ଦୁସ୍ମନ୍ତ ଘଡ଼ାଇ, ଅଧ୍ୟାପିକା ବବିତା ସାହୁ, ନିରୁପମା ରାଉତ, ସୁଜାତା ଦାସ, ଅକ୍ଷୟକ କୁମାର ନାୟକ ପ୍ରମୁଖ ଶିବିର ପରିଚାଳା କରିଥିଲେ । ଶେଷରେ ବଡ଼ଘୁମରୀ ଗ୍ରାମ ପଞ୍ଚାୟତ ତରଫରୁ ୫୪ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର , ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା ।
ବଡ଼ଘୁମୁରୀ ପଞ୍ଚାୟତରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଉଦଯାପିତ
|
January 3, 2020 |



