ବ୍ୟାପକ ଫସଲ କ୍ଷତି ଯୋଗୁ ବିଷ ପିଇ ଚାଷୀ ଆତ୍ମହତ୍ୟା, ପ୍ରତିବାଦରେ ୫ ଘଂଟା ଧରି ଜାତୀୟ ରାଜପଥ ଅବରୋଧ, ପରିବାରକୁ ଥଇଥାନ ସହିତ କ୍ଷତିପୂରଣ ଦାବି

Spread the love

ଧର୍ମଶାଳା, ୧୪/୦୪ (ସନ୍ଧାନ ନିୟୁଜ/ମାନସ ରାଉତ): ରାଜ୍ୟରେ ଚାଷୀ ଆତ୍ମହତ୍ୟା ଦିନକୁ ଦିନ ଜଟିଳ ରୂପନେଉଥିବା ବେଳେ ଚାଷୀ ମାନଙ୍କ ଅର୍ଥନୌତିକ ମାନଦଣ୍ଡ ଭାଙ୍ଗିପଡିଛି । ଗୋଟେ ପଟେ ଚାଷୀ ପାଇଁ ସରକାର କାଳିଆ ଠାରୁ ଆରମ୍ଭ କରି ଅନ୍ୟନ ବିକାଶମୁଖୀ ଯୋଜନା କରି ବିକାଶସଧିତ କରୁଥିବା କହି ଡିଣ୍ଡିମ ପିଟଥିବା ବେଳେ ଅନ୍ୟ ପଟରେ ଋଣ ଭାର ଏବଂ ଫସଲ ହାନୀ ଯୋଗୁ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ସେମାନଙ୍କ ପରିବାର ଅସହାୟ ଅବସ୍ଥାରେ ଦିନ ଗଡାଉଥିବା ଦେଖିବାକୁ ମିଳିଛି । ତେବେ ଗତଦୁଇଦିନ ତଳେ ଧର୍ମଶାଳା ତହସିଲର ଢିହନରସିଂହପୁର ଗ୍ରାମର ଯୁବ ଚାଷୀ ଶୁଶାନ୍ତ ଗନ୍ତାୟତ(୪୦) ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ତୁରନ୍ତ ଚିକସôା ନିମନ୍ତେ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ମୃତୁ୍ୟ ହୋଇଛି । ମୃତୁ ଖବର ଶୁଣି ଗ୍ରାମବାସୀ ଏବଂ ପାଖଆଖର ବହୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଫଳରେ ପରିବାର ଓ ଗ୍ରାମବାସୀଙ୍କ ସହ ଶହ ଶହ ଚାଷୀ ନିକଟସ୍ଥ ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରଜାପଥର କଣ୍ଟିଗଡ଼ିଆ ଠାରେ ରାଜରାସ୍ତା ଅବରୋଧ କରିଥିଲେ । ଫଳରେ ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ମଟର ଅଟକି ଯାଇଥିଲେ । ଯାତ୍ରାମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଖବରରୁ ପ୍ରକାଶ ଯେ, ମୃତ ଶୁଶାନ୍ତର ଶବକୁ ମଙ୍ଗଳବାବାଗ ପୋଲିସ ବେଆଇନ ଭାବେ ଅଟକ ରଖିଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଅଧିକ ତ୍ରୀବ ହୋଇଥିଲା । ୫ ଘଣ୍ଟା ଧରି ଲୋକମାନେ ରାସ୍ତା ଅବରୋଧ ହେବାପରେ ଖବର ପାଇଁ ଯାଜପୁର ଏସ.ଡ଼ି.ପି.ଓ କେଦାର ନାଥ ସାହୁ, ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା, ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୁକାନ୍ତ ପାତ୍ର ଓ ଧର୍ମଶାଳା ଥାନ ଅଧିକାରୀ ଘଟଣଶ ସ୍ଥଳରେ ପହଞ୍ଚି ଆନେ୍ଦାଳନକାରୀଙ୍କୁ ବୁଝା ସୁଝା କରିଥିଲେ । ଆନେ୍ଦାଳନକାରୀମାନେ ମୃତ ଶୁଶାନ୍ତର ଶବକୁ ରଖି କ୍ଷତିପୁରଣ ବାବଦକୁ ୫କୋଟି ସହିତ ୫ଟି ଛୋଟ ପିଲାଙ୍କର ଉପଯୁକ୍ତ ଥଇଥାନ କରିବାକୁ ଦାବୀ କରିଥିଲେ । ଧର୍ମଶାଳା ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି ରେଡ଼୍କ୍ରର୍ସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହିତ ଆଇନ ଅନୁଯାୟୀ ମୃତକ ପରିବାରକୁ ଅନ୍ୟାନ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶୃତ ଦେବା ପରେ ରାସ୍ତାରୋକ ଆନେ୍ଦାଳନ ପ୍ରତ୍ୟହୃତ ହୋଇଥିଲା ।

Related Posts

About The Author

Add Comment