ବ୍ୟାଙ୍କରୁ ଟଙ୍କା ଆଣିବାକୁ କେନ୍ଦ୍ରକରି ବରୀ ଥାନାରେ ୨ ମାମଲା କରାଗଲା

Spread the love

ଯାଜପୁର ସଦର,୧୯ା୦୮ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ କମ୍ପଗଡ଼ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଗ୍ରାହକ ସେବା ଘଟଣା ବିପର୍ଯ୍ୟସ୍ଥ ହୋଇପଡ଼ିଥିବାର ଅଭିଯୋଗ ହୋଇଆସୁଥିଲା । ଏଠାରେ ସୂଚନା ଯୋଗ୍ୟ ଗତ ମଙ୍ଗଳବାର ଦିନ ଏହି ବ୍ୟାଙ୍କରେ ଟଙ୍କା ଉଠାଣକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବ୍ୟାଙ୍କ ଶାଖା ପରିଚାଳକ ସ୍ଥାନୀୟ ସରପଂଚ ସ୍ୱାମୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳକୁ ନେଇ ବରୀ ଥାନାରେ ଅଭିଯୋଗ କରାଯାଇଚି । ଘଟଣାରୁ ପ୍ରାକାଶ ଯେ, ସ୍ଥାନୀୟ ସରପଂଚ ମମତା ଦାସଙ୍କ ସ୍ୱାମୀ ଗଗନ ମଲିକ ଲୋକମାନଙ୍କର କିଛି ସମସ୍ୟାକୁ ନେଇ ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କ କର୍ମଚାରୀଙ୍କ ସହିତ ବଚସା ହୋଇଥିଲା । ବଚସାକୁ କେନ୍ଦ୍ରକରି ସରପଂଚଙ୍କ ସ୍ୱାମୀ ତାଙ୍କ ସମର୍ଥକମାନଙ୍କୁ ନେଇ ଶାଖା ପରିଚାଳକଙ୍କୁ ମାଡ଼ ମାରିବାଥିବାର ବରୀ ଥାନାରେ ଅଭିଯୋଗ କରାଯାଇଥିଲା । ସେହିପରି ସରପଂଚ ମମତା ଦାସ ତାଙ୍କ ସ୍ୱାମୀଙ୍କୁ ଶାଖା ପରିଚାଳକ ଧମକ ଦେବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ନେଇ ମମତା ଦାସ ବରୀ ଥାନାରେ ଶାଖା ପରିଚାଳକଙ୍କ ନାମରେ ଅଭିଯୋଗ କରିଛନ୍ତି । ବରୀ ଥାନା ପୋଲିସ ଅଭିଯୋଗ ପାଇବାପରେ ଆକ୍ରମଣ କରିଥିବା ଆସାମୀ ମାନଙ୍କୁ ବରୀ ପୋଲିସ ଖୋଜୁଥିବା ବେଳେ, ରିପୋର୍ଟ ଲେଖା ହେବା ବେଳକୁ କାହାରିକୁ ଗିରଫ କରିନଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଖାତା ଖୋଲିଥିବା ହିତାଧିକାରୀମାନଙ୍କ ଜମା ଖାତାକୁ ଆସୁଥିବା କାଳିଆ ଟଙ୍କା ଶାଖା ପରିଚାଳକ କାଟିନେଉଥିବା ଅଭିଯୋଗ କରାଯାଇଥିଲା । ଏହି ଘଟଣା ସମ୍ପର୍କରେ ସରପଂଚଙ୍କ ସ୍ୱାମୀ ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଶାଖା ପରିଚାଳକ ଗୁରୁତର ଆହାତ ହୋଇଥିବା ବେଳେ ବ୍ୟାଙ୍କର ଆଉ ୩ଜଣ କର୍ମଚାରୀ ଏହି ଗଣ୍ଡଗୋଳରେ ଆହତ ହୋଇଥିବା ଥାନାରେ ଅଭିଯୋଗ ହୋଇଚି । ବ୍ୟାଙ୍କରେ ଉତ୍ତେଜନା ଥିବାରୁ ବରୀ ପୋଲିସ ପକ୍ଷରୁ କମ୍ପଗଡ଼ ବ୍ୟାଙ୍କ ପରିଶରରେ ବରୀ ପୋଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment