ବ୍ୟବସାୟୀଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟ ଅଭିଯୋଗ।

Spread the love

ଜେନାପୁର ୧୬/୨ (ସନ୍ଧାନ ନ୍ୟୁଜ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ୫୩ ନମ୍ବର ଜାତୀୟ ରାଜପଥ ବଳରାମପୁର କନ୍ତପଡ଼ା ଛକ ନିକଟରୁ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିବା ସହିତ ବ୍ୟବସାୟୀଙ୍କ ମହଲରେ ଭୟ ସୃଷ୍ଟି କରିଛି।ମିଳିଥିବା ସୂଚନା ଅନୁସାରେ କବାଟବନ୍ଧ ବଣିଆ ସାହି ଗ୍ରାମର ମହିନ ବେହେରା ଙ୍କ ପୁଅ ହାଡ଼ିବନ୍ଧୁ ବେହେରା ଓରଫ (କାଳିଆ) କନ୍ତପଡ଼ା ଛକ ନିକଟରେ କଦଳୀ ଗୋଦାମ କରି ବ୍ୟବସାୟ କରନ୍ତି। ସୋମବାର ଅପରାହ୍ନ ପ୍ରାୟ ୫ ଟା ୪୫ ମିନିଟ ସମୟରେ କାଳିଆ ଏକ ସିଡ଼ି ଡିଲକ୍ସ ମୋଟର ସାଇକେଲ ଯୋଗେ ଗୋଦାମରୁ ୨ ଲକ୍ଷ ୮୦ ହଜାର ଟଙ୍କା ନେଇ ଘରକୁ ଫେରୁଥିଲେ। ଉକ୍ତ ଟଙ୍କାକୁ ଏକ ଗାମୁଛା ରେ ବାନ୍ଧି ପେଟରେ ଗୁଡ଼େଇ କାଳିଆ ଗୋଦାମ ରୁ ପ୍ରାୟ ୫ ଶହ ମିଟର ଯିବା ପରେ ବଳରାମପୁର ଛକ ପୋଲ ପୂର୍ବରୁ ଦୁବୃତ ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ଟଙ୍କା ଛଡାଇ ନେଇ ଯାଇଥିବା ସେ କହିଛନ୍ତି। କାଳିଆ ମୁହଁକୁ ଲଙ୍କା ଗୁଣ୍ଡ ପକାଇବା କାରଣରୁ ସେ ଯନ୍ତ୍ରଣା ପାଇଁ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକମାନେ ଦେଖି ତାଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇ ଥିଲେ। ଧର୍ମଶାଳା ମେଡ଼ିକାଲ ରେ ପ୍ରାଥମିକ ଚିକିତ୍ସା ପରେ କାଳିଆ ଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ଜେନାପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି

Related Posts

About The Author

Add Comment