ବ୍ଳକ କଳା ସଂସ୍କୃତି ସଂଘର ଉପସଭାପତି ତୁରନ୍ତ ଚୟନ କରାଯିବ

Spread the love

ଯାଜପୁର,  ୧୮ା୧୦ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଳ୍‌ା କଳା ସଂସ୍କୃତି ସଂଘକୁ ଅଧିକ କ୍ରୀୟାଶୀଳ ଓ ଋଦ୍ଧିମନ୍ତ କରିବାକୁ ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା କଳା ସଂସ୍କୃତି ସଂଘର ସଭାପତି ଚକ୍ରୱର୍ତ୍ତି ସିଂହ ରାଠୋର ଆହ୍ୱାନ ଦେଇଚ୍ଥନ୍ତି । ରାଜ୍ୟ ସରକାର ପାରମ୍ପରିକ ଲୋକକଳା ଓ କଳାକାର ମାନଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଚ୍ଥନ୍ତି । ସେଥିପାଇଁ ପ୍ରତି ବ୍ଳ୍‌କରେ କଳା ସଂସ୍କୃତି ସଂଘ ମାନ ଗଠନ କରାଯାଇଚ୍ଥି । ଯାହାର ସଭାପତି ସଂପୃକ୍ତ ବ୍ଳ୍‌କର ବି.ଡି.ଓ. ମାନେ ରହିଚ୍ଥନ୍ତି । ତେବେ ଏହି ବ୍ଳ୍‌କ କଳା ସଂସ୍କୃତି ସଂଘର ଉପସଭାପତି ଭାବେ ଜନୈକ କଳାକାର ମନୋନୟନ ବା ନିର୍ବାଚିତ ହେବା ଜରୁରୀ ବୋଲି ଜିଲ୍ଳ୍‌ାପାଳ ଶ୍ରୀ ରାଠୋର ସୂଚନା ଦେଇଚ୍ଥନ୍ତି । ବର୍ତ୍ତମାନ ଜିଲ୍ଳ୍‌ାର ୧୦ ଟି ଯାକ ବ୍ଳ୍‌କରୁ ଯାଜପୁର, ଦଶରଥପୁର, କୋରାଇ ଓ ଦାନଗଦୀ ବ୍ଳ୍‌କ କଳା ସଂସ୍କୃତି ସଂଘର ଉପ ସଭାପତି ଚୟନ ହୋଇସାରିଥିବା ବେଳେ ଅନ୍ୟ ୬ଟି ବ୍ଳ୍‌କ ଯଥା- ବଡଚଣା, ଧର୍ମଶାଳା, ରସୁଲପୁର, ବରୀ, ସୁକିନ୍ଦା ଓ ବିଂଝାରପୁର ବ୍ଳ୍‌କ କଳା ସଂଘର ଉପ ସଭାପତି ଚୟନ ପାଇଁ ପତ୍ର ଲେଖା ଯାଇଚ୍ଥି ବୋଲି ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ତଥା ଜିଲ୍ଳ୍‌ା କଳା ସଂସ୍କୃତି ସଂଘର ଉପାଧ୍ୟକ୍ଷ ଅକ୍ଷୟ କୁମାର ମଲ୍ଲିକ ସୂଚନା ଦେଇଚ୍ଥନ୍ତି । ୧୦ଟି ଯାକ ବ୍ଳ୍‌କ କଳା ସଂସ୍କୃତି ସଂଘର ଉପ ସଭାପତି ଚୟନ ପରେ ସେମାନଙ୍କ ମଧ୍ୟରୁ ଜଣେ ଜିଲ୍ଳ୍‌ା କଳା ସଂସ୍କୃତି ସଂଘର ଊପ ସଭାପତି ଭାବେ କାର୍ଯ୍ୟ କରିବେ । ତେଣୁ ଏହି ୬ଟି ଯାକ ବ୍ଳକର ବି.ଡି.ଓ. ମାନେ ତୁରନ୍ତ ବ୍ଳ୍‌କ କଳା ସଂସ୍କୃତି ସଂଘର ଉପ ସଭାପତି ଚୟନ ନିର୍ବାଚନ ବା ମନୋନୟନ କରି ଜିଲ୍ଳ୍‌ା କାର୍ଯ୍ୟାଳୟକୁ ଅବଗତ କରାଇବାକୁ ଶ୍ରୀ ମଲ୍ଳ୍‌ିକ ସଂପୃକ୍ତ ବି.ଡି.ଓ. ମାନଙ୍କୁ ପରାମର୍ଶ ଦେଇଚ୍ଥନ୍ତି ।

Related Posts

About The Author

Add Comment