ବ୍ଲକ ସ୍ତରୀୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ ଶୁଭାରମ୍ଭ

Spread the love

ସୁନ୍ଦରଗଡ ତା୬/୯/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ) ଲେଫ୍ରିପଡା ବ୍ଲକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ଏହା ତିନୋଟି ସ୍ଥାନରେ ଆରମ୍ଭ କରାଯାଇଛି । ଏହା ଲେଫ୍ରିପଡା ଲ
ବ୍ଲକର ଲେଫ୍ରିପଡା, ସର୍ଗିପାଲି ଓ ଗୁଣ୍ଡିଆଡ଼ିହି ରେ ଶୁଭାରମ୍ଭ କରାଯାଇଛି । ଏହି ଟିକାକରଣ ଦୁଇଟି ପର୍ଯ୍ୟାୟର ଟୀକା ଦେବାପାଇଁ ଧାର୍ଯ୍ୟ କରାଯାଇଛି । ଏହି ସଂସ୍କରଣରେ ୧୮ ରୁ ୪୪ ବର୍ଷ ବୟସ ମଧ୍ୟରେ ଲେଫ୍ରିପଡା ରେ ପ୍ରଥମ ପର୍ଯ୍ୟାୟର ଟିକାରେ ୧୧୦ଜଣ ଓ ଦ୍ଵିତୀୟ ଟୀକା ପର୍ଯ୍ୟରେ ୧୦ଜଣ, ସର୍ଗିପାଲିରେ ପ୍ରଥମ ଟୀକା ୧୯୫ଜଣ ଓ ଦ୍ଵିତୀୟରେ ଟିକାରେ ୨୫ଜଣ, ଗୁଣ୍ଡିଆଡ଼ିହିରେ ପ୍ରଥମ ଟିକାରେ ୧୩୦ଜଣ ଓ ଦ୍ଵିତୀୟ ଟିକାରେ ଜଣେ ଦିଆଯାଇଥିଲା । ସେହିପରି ୪୫ ରୁ ୫୯ ବର୍ଷ ମଧ୍ୟରେ ଲେଫ୍ରିପଡାରେ
ପ୍ରଥମ ଟିକାରେ ୨୯ଜଣ ଓ ଦ୍ଵିତୀୟ ଟିକାରେ ୫ଜଣ, ସର୍ଗିପାଳିରେ ପ୍ରଥମ ଟିକାରେ୪୮ଜଣ ଓ ଦ୍ଵିତୀୟ ଟିକାରେ ୧୨ଜଣ, ଗୁଣ୍ଡିଆଡ଼ିହିରେ ପ୍ରଥମ ଟିକାରେ ୪୧ଜଣ ଓ ଦ୍ବିତୀୟ ଟିକାରେ ୮ ଜଣ ଦିଅସଯାଇଛି । ସେହିପରି ୬୦ ବର୍ଷରୁ ଉର୍ଦ୍ଧ ଭିତରେ
ସର୍ଗିପାଳିରେ ପ୍ରଥମ ଟୀକା ୧୩ଜଣ ଓ ଦ୍ଵିତୀୟ ଟୀକା ୫ଜଣ, ଲେଫ୍ରିପଡାରେ ପ୍ରଥମ ଟିକାରେ ୨୨ଜଣ ଓ ଦ୍ଵିତୀୟ ରେ ୭ ଜଣ,
ଓ ଗୁଣ୍ଡିଆଡ଼ିହିରେ ପ୍ରଥମ ଟୀକା ୧୨ଜଣ ଓ ଦ୍ଵିତୀୟ ଟିକାରେ ୧୧ ଜଣକୁ ଟୀକା ପ୍ରଦାନ କରାଯାଇଥିଲା । ଏହି ଟିକାକରଣ କାର୍ଯ୍ୟକ୍ରମରେ ସର୍ବମୋଟ ୭୧୧ ଜଣକୁ ସ୍ୱତନ୍ତ୍ର ଭାବେ ଟୀକା ଦିଆଯାଇଥିବାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।

Related Posts

About The Author

Add Comment