ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ପାହାଡି ସଂଯୋଗୀ କରଣ ଏବଂ କୃଷିର ଉନ୍ନତି ପକଳ୍ପ ପ୍ରଂଶସିତ

Spread the love

ଧର୍ମଶାଳା, ୨୯/୧୧ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) : ଧର୍ମଶାଳା ବ୍ଲକ ଆରୁହା ଉଚ୍ଚ ବିଦ୍ୟାଳୟର ଛାତ୍ର ସେହେରାଜ ଦାଶଙ୍କ ପକଳ୍ପ ପାହାଡି ସଂଯୋଗୀ କରଣ ଦ୍ୱାରା କୃଷିର ଉନ୍ନତି ଏବଂ ବନ୍ୟଜନ୍ତୁ ସୁରକ୍ଷା ବେଶ ଉଚ୍ଚପ୍ରଂଶସିତ ହୋଇଛି । ବ୍ଲକସ୍ତରୀୟ ବିଜ୍ଞାନ ପଦର୍ଶନୀ ମେଳା ଧର୍ମଶାଳା ବାଣୀ ପିଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ପୂର୍ବତନ ଉପାଧ୍ୟକ୍ଷ ଜଳଧର ମହାନ୍ତି ସମେତ ବ୍ଲକ ଶିକ୍ଷାଅଧିକାରୀ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିବା ବେଳେ ବିଭିନ୍ନ ବିଦ୍ୟଳୟରୁ ଶହେରୁ ଉର୍ଦ୍ଧ ପକଳ୍ପ ସ୍ଥାନ ପାଇଥିଲା । ଏଥିରେ ସେହରାଜଙ୍କ ପାହାଡି ସଂଯୋଗ କରଣରେ ବିନା ଅଧିକ ଖର୍ଚ୍ଚରେ ବନ୍ୟଜନ୍ତୁ ସରକ୍ଷଣ, ଚାଷର ଉନ୍ନତି, ଜଙ୍ଗଲ ସୁରକ୍ଷା ଆଦି ଉପେର ଏକ ସୁନ୍ଦର ପକଳ୍ପ ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହି ପକଳ୍ପରେ ପ୍ରତ୍ୟକ ପାହାଡକୁ ସଂଯୋଗ କିଭଳି କରାଯାଇ ତାହା କିପରି ଚାଷୀ ମାନଙ୍କର ଉନ୍ନତି ଏବଂ ଜଙ୍ଗଲଜନ୍ତୁ ସୁରକ୍ଷା ପାଇବେ ତାହା ଉପରେ ଏହାକୁ ପ୍ରସ୍ତୁତ କରିଥିବା ସେହେରାଜ ବୁଝାଇଥିଲେ । ଏହାକୁ କରିବାକୁ ତାଙ୍କୁ ତାଙ୍କର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ପିତାମାତା ପରାମର୍ଶ ଦେଇଥିବା ସେ କହିଥିଲେ । ସେହିପରି ପାନୀୟ ଜଳ ଏବଂ ବର୍ଷଜଳ ସରକ୍ଷଣ, ସୌର ଶକ୍ତିର ବ୍ୟବହାର, କଳକାରଖାନାର ଜଳ ପଦୃଷଣରୁ ରକ୍ଷା ଏବଂ ଜୌବିକ ଖାଦ୍ୟପେୟ, ଆଦି ବିଭିନ୍ନ ପକଳ୍ପ ପରିଦର୍ଶିତ ହୋଇଥିଲା । ବହୁ ଛାତ୍ରଛାତ୍ରୀ ଏହାକୁ ଦେଖିବା ସହିତ ବିଭିନ୍ନ ପକଳ୍ପ ଏବଂ ତାହା କିପରି କାର୍ଯ୍ୟକ୍ଷମ ହୋଇପାରିବ ତାହା ଉପରେ ପ୍ରସ୍ତୁତ କାରୀଙ୍କ ଠାରୁ ବୁଝିଥିଲେ ।

Related Posts

About The Author

Add Comment