ବାରିପଦା, 20.01.2021(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଗୁଳିମାଡରେ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ବୁଧବାର ସକାଳ ପ୍ରାୟ ୮ଟା ୪୫ମିନିଟରେ ସୁମଣ୍ଡଳ ବସଷ୍ଟାଣ୍ଡଠାରେ ଚା ପିଉଥିବା ବେଳେ ଗୁଳିମାଡ ହୋଇଛି । ୨ଟି ବାଇକରେ ୪ରୁ ୫ ଜଣ ଦୁର୍ବୃତ୍ତ ଆସି ଅତି ନିକଟରୁ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି । ଫଳରେ ଘଟଣାସ୍ଥଳରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦେବେନ୍ଦ୍ରଙ୍କର ପୂର୍ବରୁ କୌଣସି ରାଜନୈତିକ ବିବାଦ ନଥିବା ଜଣାପଡିଛି ।
ବ୍ଲକ୍ ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା
|
January 20, 2021 |
![](https://sandhannews.com/wp-content/uploads/2021/01/SAN.jpg)