ରାଉରକେଲା,୨୨/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ ୬୫ତମ ସାରଦୀୟ କ୍ରିଡ଼ା ପ୍ରତିଯୋଗିତା ଲାଠିକଟା ଦେଓକରଣ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଜଲଦା ମିନି ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲାଠିକଟା ବ୍ଲକ ତହସିଲଦାର ମନୋସ୍ୱିନୀ ଦାସ ଯୋଗ ଦେଇ ପ୍ରଦୀପ ପ୍ରକ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ସେ କହିଲେ ଯେ ଶୈକ୍ଷିକ ଶିକ୍ଷା ସହ ସହଶିକ୍ଷାର ଗୁରୁତ୍ୱ ରହିଛି । ଖେଳକୁଦ,ବ୍ୟାୟମ ମନୁଷ୍ୟର ଶକ୍ତି ବୃଦ୍ଧି କରି ମାନସିକ ଦୃଢତାକୁ ନିଶ୍ଚିତ କରିଥାଏ । ସୁସ୍ଥ ଶରୀର ବିନା ମାନସିକ ,ବୈଦ୍ଧିକ ବିକାଶ ଅସମ୍ଭବ ବୋଲି ମତ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଆର୍ନ୍ତଜାର୍ତିକ କବାଡ଼ି ପ୍ରଶିକ୍ଷକ ଅରବିନ୍ଦ ପାତ୍ର,ବିଦ୍ୟା ଷ୍ଟଡ଼ି ପଏଂଟର ନିଦେ୍ର୍ଦଶକ ସରୋଜ କୁମାର ବେହେରା ଯୋଗ ଦେଇଥିଲେ । ଅନ୍ୟ ଅତିଥି ମଧ୍ୟରେ ଲାଠିକଟା ବ୍ଲକ ଏବିଇଓ ଅନୀଲ ସାମନ୍ତରାୟ, ଜଲଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ବେହେରା,ମୁଣ୍ଡାଯୋର ଉଚ୍ଚ୍ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୀନକେତନ ମହାପାତ୍ର ମଂଚାସୀନ ଥିଲେ । କ୍ରିଡ଼ା ପତାକା ଉତୋଳନ ସହିତ ଏହି କ୍ରିଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଥିଲାା ଶାରୀରିକ କ୍ରିଡ଼ା ଶିକ୍ଷକ ଆଶିଷ କୁମାର ପ୍ରଧାନ ମଂଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଟାଇଁସର ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ମହାନ୍ତି ଶାରୀରିକ କ୍ରିଡ଼ା ଶିକ୍ଷକ ଆଶିଷ କୁମାର ପ୍ରଧାନ, ରମାକାନ୍ତ ଜେନା,ଟିକଚାନ୍ଦ ପଟେଲ,ଶଶଧର ସାହୁ,ରମେଶ ଚନ୍ଦ୍ର ସ୍ୱାଇଁ,ସୁରେନ୍ଦ୍ର ବେହେରା,ସଂଜୀବ କେର୍କେଟା,ପ୍ୟାରୀ ଲାକ୍ରା,ଅମରଦୀପ କୁଲୁ,ଅଜୟ କୁମାର ପଣ୍ଡା,ଭଗବତୀ ନାୟକ,ଭାରତୀ ମଲ୍ଲିକ.ସହଯୋଗରେ ଖେଳ କାର୍ଯ୍ୟ ସମ୍ପାଦିତ ହେଇଥିଲାା କାର୍ଯ୍ୟକ୍ରମ ଶେଷରେ ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ,ଶିକ୍ଷକ,ଶିକ୍ଷୟିତ୍ରୀ,ସିଆରସିସି,କର୍ମକର୍ତା ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟିତ କରିଥିଲେ ।
ବ୍ଲକସ୍ତରୀୟ କ୍ରିଡ଼ା ପ୍ରତିଯୋଗିତା,ଭାଗନେଲେ ୧୮୨ଖେଳାଳି
|
August 22, 2019 |



