ସୁନ୍ଦରଗଡ ତା:୨୦/୮/୨୦୨୧( ସନ୍ଧାନ ନିଉଜ / ରାଜୁ ପଟେଲ ) ସବଡେଗା ବ୍ଲକରେ ଦୁଇଜଣ ନୂତନ ଭାବେ କନିଷ୍ଠ ଯନ୍ତ୍ରୀ ଯୋଗ ଦେଇଛନ୍ତି । ସବଡେଗା ବ୍ଲକରେ ଚଉଦ ଗୋଟି ପଞ୍ଚାୟତ ରହିଥିବା ବେଳେ ମାତ୍ର ଛଅ ଜଣ ଯନ୍ତ୍ରୀ ଦୁଇଟି ଲେଖାଏଁ ପଂଚାୟତ କାର୍ଯ୍ୟ ତୁଲାଉଥିବା ବେଳେ ଆଉ ଜଣଙ୍କ ପଦବୀ ଖାଲି ପଡିଥିବା ସୁତ୍ରରୁ ପ୍ରକାଶ ପାଇଛି । ଗତ କିଛି ଦିନରୁ କୁରୁମକେଲ ଓ ଦେଓଗାଁ ପଞ୍ଚାୟତରେ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ବଦଳି ପରେ କୋଦଣ୍ଡ ପ୍ରଧାନ ଓ ଜୟ କିଷାନ ଯୋଗଦାନ କରିଥିବା ଜଣାପଡ଼ିଛି । ସେହିପରି ନିର୍ବାହି ଯନ୍ତ୍ରୀଙ୍କ ପଦବୀ ଖାଲି ପଡିବା କାରଣରୁ ଦୁଇଟି ପଞ୍ଚାୟତରେ କାର୍ଯ୍ୟ ତୁଲାଇବାକୁ ପଡୁଥିବା ବେଳେ ଅଞ୍ଚଳରେ କାର୍ଯ୍ୟ ସୁଚାରୁ ରୁପେ ହେଉ ନ ଥିବା ଅଭିଯୋଗ ହେଉଛି ।
ବ୍ଲକରେ ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କ ଯୋଗଦାନ
|
August 23, 2021 |