ବ୍ରାହ୍ମଣୀ ନଦୀ ବନ୍ଧ ତଳକୁ ଡ଼ମ୍ପର ଓଲଟି, ଡ୍ରାଇଭର ମୃତ।

Spread the love

ଜେନାପୁର, ୬/୪(ସନ୍ଧାନ ନିୟୁ ଜ୍): ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନ କବାଟବନ୍ଧ -ମଞ୍ଜୁରୀପଡା ବ୍ରାହ୍ମଣୀ ନଦୀ ବନ୍ଧ ରାସ୍ତା ରେ ଏକ ଡମ୍ଫର ଦୁର୍ଘଟଣା ହୋଇ ଡ୍ରାଇଭର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଡ୍ରାଇଭର ଜଣ ଙ୍କ ହେଲେ ଜେନାପୁର ଥାନା ଅଧୀନ ରାଇଛନ୍ଦା ପଞ୍ଚାୟତ ବାଲିକୁଦିଆ ଗ୍ରାମର ଟିମିଣୀ ମଳିକ ଙ୍କ ପୁଅ ତପନ ମଳିକ( ୩୫) ବୋଲି ଜଣାପଡିଛି! ସୂଚନା ଅନୁଯାୟୀ ତପନ ଉକ୍ତ ଡ଼ମ୍ପର ନମ୍ବର ଓ ଆର ୦୯ ଜେ ୯୯୬୧ କୁ ଡ୍ରାଇଭର ଭାବେ ଚଳାଉ ଥିଲେ। ଶନିବାର ତପନ ବ୍ରାହ୍ମଣୀ ନଦୀ ବନ୍ଧ ରାସ୍ତା ଦେଇ ନିଜ ଘର ବାଲି କୁଦିଆ କୁ ଫେରୁଥିବା ସମୟରେ ଅସାବଧାନତା ହେତୁ ଭାରସ୍ୟାମ ହରେଇ ଦୁର୍ଘଟଣା ଘଟିଥିଲା।ଗାଡ଼ି ର ଡୋର ଖୋଲିଯିବା ଫଳ ରେ ଡ୍ରାଇଭର ଜଣ ଙ୍କ ଡ୍ରାଇଭର ସିଟ ରୁ ଛିଟିକି ପଡ଼ି ଗାଡ଼ି ଚକା ତଳେ ପଡ଼ିଯାଇଥିଲେ। ଫଳରେ ତାଙ୍କ ଉପରେ ଗାଡ଼ିଚଢି ଯାଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।ଖବର ପାଇ ଜେନାପୁର ପୋଲିସ ଓ ଚଢ଼େଇଧରା ଅଗ୍ନିଶମ ବାହିନୀ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇ ଘଟଣା ର ଅଧିକ ତଦନ୍ତ ଜାରି ରଖିଛନ୍ତି।

Related Posts

About The Author

Add Comment