ଯାଜପୁର ସଦର, ୧୪ା୦୯ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ଗୋଳକୁଣ୍ଡ ପଇଚାୟତର ମେଣ୍ଢଗ୍ରାମ ନିକଟ ବ୍ରାହ୍ମଣୀନଦୀ ଉପରେ ଏକ ପୋଲ ନିର୍ମାଣ କରାଯିବା ପାଇଁ ଦିର୍ଘଦିନରୁ ଦାବିକରାଯାଉଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଧାୟୀକା ମା ରାମାଦେବୀ ଶ୍ରୀମତୀ ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରାହ୍ମଣୀ ନଦୀ ଉପରେ ସେତୁ ନର୍ମାଣ କରାଯିବା ଲାଗି ଶ୍ରୀମତୀ ଦାସ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଷରେ କାର୍ଯ୍ୟ କରୁଥିବା ବରୀ ବିଧାୟୀକା ସୁନନ୍ଦା ଦାସଙ୍କ କରକଲମରେ ସେତୁ ନିର୍ମାଣ କରାଯିବା ପାଇଁ ଶୁଭ ଦିଆଯାଇଥିଲା । ଏହି ଅବସରରେ ସତ୍ୟ ନାରାୟଣ ପାଲା ପରିଷଦ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ସତ୍ୟନାରାୟଣ ପାଲା କମିଟିର ସଭାପତି ନୃସିଂହ ଚରଣ ସାହୁ, ସମ୍ପାଦକ କାଳନ୍ଦି ସାହୁ ଏବଂ ଯୁବନେତା ପୁର୍ବତନ ସମିତି ସଭ୍ୟ ରତିକାନ୍ତ ସାହୁଙ୍କ ନେତୃତ୍ୱରେ ପୂଜା କମିଟି ପକ୍ଷରୁ ଉପଢ଼ୌକନ ମାନପତ୍ର ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମାନନୀୟା ବିଧାୟୀକା ସୁନନ୍ଦା ଦାସ ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ କରିବା ଶୁଭ ଦେଇଥିବା ବେଳେ, ଗ୍ରାମବାସୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଚି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଷରେ ୧୭ଟି ପୋଲ ୪ବର୍ଷ ମଧ୍ୟରେ ନିର୍ମାଣ କରାଯାଇଥିବା ବେଳେ, ସମସ୍ଥଙ୍କ ସାହାଯ୍ୟ ସହଯୋଗରେ ହେବ ବୋଲି ଶ୍ରୀମତୀ ଦାସ ସୂଚନା ଦେଇଥରଲେ । ବରିଷ୍ଠ ଶିକ୍ଷାବିତ ଗଗନ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିବା ବେଳେ, ବରିଷ୍ଠ ଶିକ୍ଷାବିତ ବେଣୁଧର ପିତ, ବିଜେଡ଼ି ବ୍ଲକ ସଭାପତି କେଦାର ସାମଲ, ନଅଣ ସେବାସମବାୟ ଅଭିନ ଜେନା ପୂଜା କମିଟିର ସଭାପତି ସୁସାନ୍ତ ସାହୁ, ସରପଂଚ ସବିତା ବେହେରା, ସମିତି ସଭ୍ୟ ପ୍ରିୟଙ୍କା ମଲିକ, ମାନସ ଜେନା, ବିଜୟ ନାୟକ, ସବିର ଅଲ୍ଲି, ପ୍ରଦିପ ଘଡ଼େଇ, ସୁସ୍ମନ୍ତ ସେଠୀ ଯୋଗଦେଇଥିବା ବେଳେ, ବରୀ ମାଟିର ସାରଥି ବିଜେଡ଼ି ସମ୍ପାଦକ ଦେବେନ୍ଦ୍ର ଦାସ ଯୋଗଦେଇଥିଲେ । ଦେବେନ୍ଦ୍ର ଦାସଙ୍କୁ ପୁଷ୍ପଗୁଚ୍ଛ ଉପଢ଼ୌକନ ଦଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ବ୍ରାହ୍ମଣୀ ନଦୀ ଉପେ ସେତୁ ନିର୍ମାଣ କରାଯିବା ପାଇଁ ଭିତ୍ତିପସ୍ତର ସ୍ଥାପନ କଲେ
|
September 16, 2023 |