ବ୍ରାହ୍ମଣୀ ନଦୀରେ ଭାସିଯାଉଥିବା ନା ବାଳକକୁ ଉଦ୍ଧାର କରିଥିବା ନାଉରିଭାଇ ମାନଙ୍କୁ :ସମ୍ବର୍ଦ୍ଧନା କଲା ସଚେତନ ନାଗରିକମଞ୍ଚ ଯାଜପୁର ,

Spread the love

ଜେନାପୁର/୧୯/୦୯/ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ )ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଏଣ୍ଡଳବା ପଞ୍ଚାୟତର ଏଣ୍ଡଳବାଗ୍ରାମସ୍ଥ ନାଉରି ଭାଇମାନେ ଗତ ୧୪ ତାରିଖରେ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ଆସିଥିବାରୁ ନଦୀରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଥିବା ବେଳେ ଏକ ନା ବାଳକ ଭାସିଯାଉଥିବାର କିଛି ସମାଜ ସେବୀ ଓ ଯୁବକଙ୍କ ପାଖକୁ ଫୋନ କଲ ଆସିଥିଲା ଯେ ଜଣେ ପିଲା ବଢ଼ି ନଦୀ ପାଣିରେ ଭାସି ଯାଉଛି ସଙ୍ଗେ ସଙ୍ଗେ ପାଖ ନଦୀ ଘାଟରେ ଥିବା ନାଉରି ଭାଇମାନଙ୍କୁ ଖବର ଦେଇଥିଲେ ।ଓ ଖବର ପାଇ ଭରା ନଦୀ ଭିତରେ  ହାତରେ ବାହିବାହି ନଦୀ ଭିତରକୁ ସାହାସକରି ବାଳକକୁ ଉଦ୍ଧାର କରିଥିଲେ । ସ୍ଥାନୀୟ ସାମ୍ବାଦିକ ପ୍ରଶାନ୍ତ ସାମଲ ଓ କିଛି ସମାଜ ସେବୀ ଜେନାପୁର ଥାନାକୁ ଖବର ଦେବା ସହିତ ଆମ୍ବୁଲାନ୍ସକୁ ଡକାଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ ଓ ପରେ ଖବର ପାଇ ବାଳକ ଟିର ଘର ଲୋକ ଆସି ପିଲାଟିକୁ ନେଇଯାଇଥିଲେ । ଏହି ଖବର ସାରା ଓଡ଼ିଶାରେ ଚହଳ ପକେଇଥିଲା ।ଏମିତି ଏକ ସାହାସିକତା କାର୍ଯକୁ ଖବର ପାଇ ସଚେତନ ନାଗରିକମଞ୍ଚ ଯାଜପୁର ତରଫରୁ ବାଳକକୁ ଉଦ୍ଧାର କରିଥିବା ନାଉରିଭାଇ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସାହାସିକତା ପାଇଁ ସମ୍ବର୍ଦ୍ଧିତ କରିଥିଲେ ।ସମ୍ବର୍ଦ୍ଧିତ ହୋଇଥିବା ନାଉରି ଭାଇମାନେ ହେଲେ ମଦନ ବେହେରା, ଧକେଇ ବେହେରା, ସନ୍ତୋଷ ବେହେରା, ରବୀନ୍ଦ୍ର ତରାଇ, ବାବୁଲି ମଲ୍ଲିକ, କବି ତରାଇଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଚେତନ ନାଗରିକମଞ୍ଚ ର ଉପଦେଷ୍ଟା ଶ୍ରୀ ପଙ୍କଜ କୁମାର ମଲ୍ଲ, ଆବାହକ ସରୋଜ କାନ୍ତ ବେହେରା, କର୍ମକର୍ତ୍ତା ଯଶୋମନ୍ତ ସାହୁ, ସୋମ୍ୟରଞ୍ଜନ ସାହୁ, ଦେବାଶିଷ ବେହେରା, ସନ୍ତୋଷ ସାହୁ, ସମର ପଣ୍ଡା, ତପନ ଦଳେଇ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଭଳି ଏକ ମହତ୍ୱପୂର୍ଣ କାମ କରିଥିବାରୁ ଏଣ୍ଡଳବାର ନାଉରିଭାଇ ମାନଙ୍କ ପାଖକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବା ଦେଖିବାକୁ ମିଳିଛି। ନାଉରି ଭାଇମାନଙ୍କ କହିବା ଅନୁଯାୟୀ ଯଦି ଏହି ଘାଟ ନିକଟରେ ଗୋଟିଏ ମଟର ଚାଳିତ ବୋଟ ସରକାରଙ୍କ ପକ୍ଷରୁ ମିଳନ୍ତା ତେବେ କେତେକ ନିରୀହ ଜୀବନ ଏହି ବଢ଼ି ପାଣିରୁ ରକ୍ଷା ପାଇଯାଇ ପାରନ୍ତା ବୋଲି ନାଉରି ଭାଇ ଓ ସ୍ଥାନୀୟ ଜନ ସାଧାରଣ ମାନେ ଦାବି କରିଛନ୍ତି ।।।

Related Posts

About The Author

Add Comment