ଯାଜପୁର ସଦର,୧୫ା୦୯: ଯାଜପୁର ଜିଲ୍ଲାର ବିଭିନ୍ନ ନଦୀ ମାନଙ୍କରେ ବନ୍ୟା ଆସିବାରୁ ବନ୍ଧଡିହ ପଂଚାୟତର କଣ୍ଡିଆରେ ଘାଇ ହେବାରୁ ଶହେ ପରିବାରକୁ ଜଣବନ୍ଦିରେ ରହିଥିବାର ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲାରେ ଲଘୁଚାପ ବର୍ଷା ପ୍ରଭାବରେ ଲୋକମାନେ ଆତଙ୍କିତ ହୋଇ ରହିଥିବା ବେଳେ, ଯାଜପୁର ଜିଲ୍ଲାରେ ବୈତରଣୀ, ଖରସ୍ରୋତା, କେଲୁଅ, ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବାରୁ ନଦୀକୂଳିଆ ଅଞ୍ଚଳରେ ବାସ କରୁଥିବା ଗ୍ରାମର ଗ୍ରାମବାସୀମାନେ ଆତଙ୍କିତ ହୋଇପଡ଼ିଥିବା ବେଳେ, ବ୍ରାହ୍ମଣୀନଦୀରେ ମହାପ୍ରଳୟଙ୍କରୀ ବନ୍ୟା ଆସିବାରୁ ରସୁଲପୁର ବ୍ଲକ ଅନ୍ତର୍ଗତ ନଦୀବନ୍ଧଗୁଡ଼ିକ ଦୃବଳ ରହିଥିବା ବେଳେ, ବ୍ରହ୍ମବରଦା ଘାଟ ନିକଟରେ ଘାଇ ହେବାର ବହୁତ ସମ୍ଭାବନା ଥିଲା । ଗ୍ରାମବାସୀଙ୍କ ସାହଯ୍ୟ ସହଯୋଗରେ ବାଲିବସ୍ତା ପକାଯାଇ ଘାଇ ନହେବାର ବନ୍ଦ କରାଯାଇଥିଲା । ସେହିପରି ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ନଦୀବନ୍ଧ ନିମ୍ନମାନର କାମ କରାଯାଇଥିବାରୁ ଘାଇ ହେବାର ଯଥେଷ୍ଟ ସମ୍ବାବନା ଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ୧୯୭୧ ମସିହା ଠାରେ ବ୍ରାହ୍ମଣୀ ନଦୀ କଡ଼ରେ ବାସ କରୁଥିବା ଶହେ ପରିବାରକୁ ବନ୍ୟା ରକ୍ଷା କରାଯିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଏବଂ ଜଳ ସମ୍ପଦ ବିଭାଗକୁ ସତର୍କ କରାଯାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଚି । ଯାହାକି ବାରମ୍ବାର ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ ଏହି କଣ୍ଡିଆ ସାହିର ଶହେ ଘର ପରିବାର ଲୋକମାନେ ପାଣି ଘେରରେ ରହୁଥିବାର ଦେଖିବାକୁ ମିଳିଚି । ଏହି ପଂଚାୟତରେ କୁଜି ନେତା ମାନେ କଣ୍ଟ୍ରାକ୍ଟରକୁ ହାତକରି ବ୍ରାହ୍ମଣୀ ନଦୀ ବନ୍ଧର କାର୍ଯ୍ୟ ନିମ୍ନମାନର କରୁଥିବା ବେଳେ, ଏହି ଶହେ ପରିବାର ଜଣବନ୍ଦିରେ ରୁହନ୍ତି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନକୁ ସଚେତନ କରାଯାଇଥିଲେ ମଧ୍ୟ ଏହାକୁ ପ୍ରଶାସନ ପକ୍ଷରୁ ହାଲୁକା ଭାବେ ନିଆଯାଇଅଛି । ଗତକାଲି ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବାରୁ କଣ୍ଡିଆ ନିକଟରେ ଥିବା ଘେରି ବନ୍ଧଟି ସମ୍ପୁର୍ଣ୍ଣ ବୁଡ଼ିଯିବାରୁ କଣ୍ଡିଆର ଏହି ପରିବାର ମାନେ ଜଳ ବନ୍ଦିରେ ରହିଥିଲେ । ବନ୍ଧଡିହ ପଂଚାୟତର ସରପଂଚ ପ୍ରତିନିଧି ବିଜୟ କୁମାର ଜେନା ସେମାନଙ୍କୁ ଉଦ୍ଧାର କରି ବନ୍ଧଡିହ ଏମଇ ସ୍କୁଲରେ ରଖାଯାଇଥିଲା । ଖବର ପାଇ ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ବନ୍ୟା ବିପନ୍ନ ଙ୍କ ସହିତ ଆଲୋଚନା କରିଥିଲେ । ଯାଜପୁର ସାଂସଦ ଶ୍ରୀମତୀ ସର୍ମିଷ୍ଠା ସେଠୀଙ୍କ ନିକଟରେ ପଂଚାୟତର ଗ୍ରାମବାସୀ ଅଭିଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବ୍ରାହ୍ମଣୀ ନଦୀବନ୍ଧ ଏବଂ ଘେରିବନ୍ଧକୁ ପଥର ବନ୍ଧ କରାଯିବା ପାଇଁ ଜିଲ୍ଲାପାଳ ଏବଂ ଏମପିଙ୍କ ନିକଟରେ ଦାବି କରିଥିଲେ । ବରୀ ବିଧାୟିକା ସୁନନ୍ଦା ଦାସ ବନ୍ୟା ବିପନ୍ନଙ୍କ ନିକଟରେ ପହଁଞ୍ଚô ନଥିବା ବେଳେ, ବ୍ରାହ୍ମଣୀରେ ମାଟିଆପଡ଼ା ନିକଟରେ ଘାଇ ହେବାରୁ ବିଧାୟିକାଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ ଏଠାରେ ଘାଇ ହୋଇଥିବାରୁ ଡେରିରେ ପହଁଞ୍ଚôବି ବୋଲିି ଶ୍ରୀ ଦାସ ସୂଚନା ଦେଇଛନ୍ତି ।
ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବାରୁ ବନ୍ଧଡିହରେ ଆତଙ୍କ
|
September 16, 2021 |