ଯାଜପୁର ସଦର,୧୨ /୧୨ / ୨୫ (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତର ବ୍ରାହ୍ମଣୀନଦୀରେ ଜଣେ ବାଳିକା ନଦୀରେ ବୁଡ଼ିଯିବାରୁ ଏହି ଘଟଣାକୁ ନେଇ ବ୍ରାହ୍ମଣୀ ବ୍ରିଜ ଉପରେ ରାସ୍ତାରୋକ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଘଟଣାରେ ଚାନ୍ଦପୁର ଗ୍ରାମର ସୁନିଲ ଦାସ ୩ବର୍ଷ ପୁଅ ମାନସ ଦାସ ବ୍ରାହ୍ମଣୀ ନଦୀରେ ବୁଡ଼ି ମୃତ୍ୟୁ ଘଟିଥିବା ବେଳେ, ବେଆଇନ ଭାବରେ ଏହି ନଦୀରୁ ବାଲି ଉଠାଯାଉଥିବାରୁ ଅଭିଯୋଗ କରିଥିଲେ । ଏନେଇ ସରକାରଙ୍କ ପକ୍ଷରୁ ପରିବାରକୁ କ୍ଷତିପୁରଣ ଦିଆଯିବା ସହିତ ବେଆଇନ ବାଲିଘାଟକୁ ବନ୍ଦ କରାଯିବା ପାଇଁ ବରୁଆ ବାଲିଚନ୍ଦ୍ରପୁର ରାସ୍ତାର ବ୍ରାହ୍ମଣୀ ବ୍ରିଜ ଉପରେ ଗ୍ରାମବାସୀ ଟାୟାର ଜାଳି ସେତୁ ଉପରେ ରାସ୍ତା ରୋକ କରିଥିଲେ । ଏହି ଘଟଣାକୁ ନେଇ ବ୍ରହ୍ମବରଦା ଥାନା ପୋଲିସ ଆନ୍ଦୋଳନ କରିଥିବା ଏବଂ ଏଥିରେ ଜଡ଼ିତ ହୋଇଥିବା ୨୬ରୁ ଉଦ୍ଧ୍ୱ ଲୋକଙ୍କ ନାମରେ ମାମଲା ରୁଜୁ କରାଯାଇଚି । ୨୮୦/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ରହ୍ମବରଦା ଥାନା ଅଧିକାରିଣୀ ଜୟନ୍ତି ମଲିକ ଏସଡିପଓ ପ୍ରଶାନ୍ତ ମାଝୀ ରୁଲସପୁର ତହସିଲଦାର ଘଟଣା ସ୍ଥଳରେ ପହଁଞ୍ôଚ ଲୋକ ମାନଙ୍କୁ ବୁଜା ସୁଝା କରିବା ସହିତ ବାଲିଘାଟ ଲିଜଧାରୀଙ୍କ ସହ ଆଲୋଚନା କରିବା ସହିତ ବୁଧବାର ଦିନ ଲିଜଧାରୀ ରାଜକିଶୋର ମିଶ୍ରଙ୍କ ସହ ଆଲୋଚନା କରିବା ଗ୍ରାମବାସୀ ଥାନାରେ ଉପସ୍ଥିତ ଥିଲେ । ଏନେଇ ଶ୍ରୀ ମିଶ୍ର ଥାନାକୁ ଆସିଥିଲେ । ରସୁଲପୁର ତହସିଲଦାରଙ୍କ ପକ୍ଷରୁ ୧୮୧/୨୫ ରେ ଏକ ମାମଲା ରୁଜୁ କରାଯାଇଚି । ଏନେଇ ବ୍ରହ୍ମବରଦା ଥାନା ଅଇଆଇସି ଜୟନ୍ତି ମଲିକଙ୍କୁ ଆମପ୍ରତିନିଧି ଯୋଗାଯୋଗ କରିଥରଲେ, ମଧ୍ୟ ଶ୍ରୀମତୀ ମଲିକ କୌଣସି ଉତ୍ତର ଦେଇନଥିଲେ ।
ବ୍ରାହ୍ମଣୀ ନଦୀରେ ପୁଅ ବୁଡ଼ି ଯିବାରୁ ୨୬ଜଣଙ୍କ ନାମରେ ମାମଲା ରୁଜୁ
|
December 13, 2025 |



