ଯାଜପୁର ସଦର,, ୧୪/୦୮/୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଦେଓଦା ପଂଚାୟତ ନିକଟସ୍ଥ ନନ୍ଦୀସାହି ନିକଟରୁ ଏକ ଯୁବକର ମୃତ ଶବ ତଣ୍ଡି ବୁଦାରେ ପଡ଼ିଥିବା ଲୋକମାନେ ଦେଖିବାକୁ ପାଇଥିଲେ । ଘଟଣାରୁ ପ୍ରକାଶ ଯେ, ଧର୍ମଶାଳା ଥାନା ନିକଟସ୍ଥ ଉତ୍ତରପ୍ରତାପ ନିକଟର ଜଳେଶ୍ୱପୁର ଗ୍ରାମର ଧନେଶ୍ୱର କୁଣ୍ଡଙ୍କ ପୁଅ ଶ୍ରୀରାମ କୁଣ୍ଡ(୨୬) ବଡ଼ଚଣା ବ୍ଲକ୍ ଦର୍ପଣ ତହସିଲ ଅଧିନରେ ଯାଉଥିବା ଶ୍ରୀରାମ କୁଣ୍ଡ ସଂସାବାସନ ଦୋକାନ କରିଥିଲେ । ଶ୍ରୀକୁଣ୍ଡ ୬ଦିନ ହେବ ଦୋକାନ ବନ୍ଦଥିବା ପ୍ରତ୍ୟେକ୍ଷଦର୍ଶୀ ମାନେ କହୁଥିବା ବେଳେ, ଏହି ଦେଓଦା ବ୍ରାହ୍ମଣୀ ନଦୀ ତଣ୍ଡି ବୁଦା ନିକଟକୁ ମୃତ ଦେହ କିପରି ଆସିଲା ଏହା ହତ୍ୟା କରାଯାଇଚି ନା ଶ୍ରୀରାମ ଆତ୍ମହତ୍ୟା କରିଛି ଏହା ସନ୍ଦେହ ପରିଶରକୁ ଆସିଚି । ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ୍ ଦାଶରଥି ପାତ୍ର ବ୍ରହ୍ମବରଦା ପୋଲିସ ଘଟଣା ସ୍ଥଳରେ ପହଁଞô୍ଚ ଶ୍ରୀରାମଙ୍କ ପକେଟରୁ ପୋଲିସ ପରିଚୟ ପାଇବା ପରେ ଶବକୁ ଜବତ କରିବା ସହିତ ପୋଷ୍ଟବଟମ ପାଇଁ ବଡ଼ଚଣା ପଠାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀରାମଙ୍କ ପକେଟରୁ ଜବତ କରିଥିବା ଡ୍ରାଇଭିଙ୍ଗ ଲାଇସେନ୍ସ, ପାନକାର୍ଡ, ଏକହଜାର ଟଙ୍କା ପୋଲିସ ଜବତ କରିଚି । ଲାଇସେନ୍ସରୁ ଶ୍ରୀରାମଙ୍କ ପରିଚୟ ପାଇଥିଲେ । ଏହି ଘଟଣାକୁ ନେଇ ମୃତ ଶ୍ରୀରାମଙ୍କ ପରିବାରକୁ ପୋଲିସ ଖବର ଦେଇଥିଲେ । ଖବର ପାଇ ଶ୍ରୀରାମଙ୍କ ପରିବାର ଘଟଣା ସ୍ଥଳରେ ପହଁଞô୍ଚ ତାଙ୍କ ପୁଅ ବୋଲି ଶ୍ରୀରାମଙ୍କ ବାପା ଧନେଶ୍ୱର କୁଣ୍ଡ ଚିହ୍ନଟ କରିଥିଲେ । ଶ୍ରୀରାମ କୁଣ୍ଡକୁ କେହି ହତ୍ୟାକରି ନଦୀରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଇଚି । ଶବ ତିନ ଚାରି ଦିନ ହେବ ପଚିଯାଇ ଥିବାରୁ ପୋଷ୍ଟବଟମ ରିପୋର୍ଟ ଆସିଲେ ତାହା ଜଣାପଡ଼ିବ ବୋଲି ଫାଣ୍ଡି ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବ୍ରାହ୍ମଣୀ ନଦୀରୁ ଯୁବକଙ୍କ ମୃତହେହ ସନ୍ଧେହ ଘେରରେ
|
August 14, 2021 |



