ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ପାଲଟିଚି ମରଣଯନ୍ତା

Spread the love

ଯାଜପୁର ସଦର, ୨୫ା୦୯ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ଶୋଚନୀୟ ହୋଇ ପଡ଼ିଚି ଏଠାରେ ସୂଚନା ଯୋଗ୍ୟ ଯେ, ଏହି ନଦୀବନ୍ଧ କାର୍ଯ୍ୟ କରାଯାଉଥିବା ବେଳେ, ନଦୀବନ୍ଧରେ ବିରାଟ ବିରାଟ ଖାଲ ରହିଥିବା ଦେଖିବାକୁ ମିଳିଚି । ଲଘୁଚାପ ବର୍ଷା ହେବାରୁ ନଦୀ ବନ୍ଦରେ ପାଣି କମିରହୁଚି । କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟ କରାଯାଉଥିବା ବେଳେ, ନଦୀ ବନ୍ଧର ଅବସ୍ଥା ଦେଖିଲେ ତାହା ସ୍ପଷ୍ଟ ଜଣାପଡ଼ୁିଚି । ଏହି ନଦୀ ବନ୍ଧଉପରେ ହଜାର ହଜାର ଲୋକଙ୍କର ଯାତାୟତ ରହିଥିବା ବେଳେ, କଲେଜ ଠାରୁ ଆରମ୍ଭ କରି ହାଇସ୍କୁଲର ଛାତ୍ର ଛାତ୍ରୀ ମାନଙ୍କର ଯାତାୟତରେ ବାଧା ସୃଷ୍ଟି ହେଉଚି । ଯାହାକି ଏହି ନଦୀବନ୍ଧ ଉପରେ ନାମକୁ ମାତ୍ର ବଜିରି ଗୁଣ୍ଡ ପକାଯାଇଥିବା ବେଳେ, ପ୍ରବଳ ବର୍ଷ ହେବାରୁ ବଜିରି ଗୁଣ୍ଡ ଗୁଡ଼ିକ ଧାଇଯିବାରୁ ଗାତ ସୃଷ୍ଟି ହୋଇଚି । ଜାରକା ଜଳ ସମ୍ପଦ ବିଭାଗ ଯନ୍ତ୍ରୀ ଗୁରୁତର ଦୃଷ୍ଟି ଦେବା ସହିତ ସ୍ଥାନୀୟ ବିଧାୟୀକା ସୁନନ୍ଦା ଦାସ ଦୃଷ୍ଟି ଦେବାଲାଗି ଜନସାଧାରଣରେ ଦାବି କରାଯାଉଚି । ନଦୀବନ୍ଧ ମରାମିତି ଲାଗି ଦାହି ହେଉଚି । ଯାହାକି ଗୋଳକୁଣ୍ଡ ମଙ୍ଗଳା ଠାରୁ ବ୍ରହ୍ମବରଦା ପହି ଗଢ଼ା ପର୍ଯ୍ୟନ୍ତ ନଦୀବନ୍ଧର ରାସ୍ତା ଶୋଚନୀୟ ହୋଇ ପଡ଼ିଚି । ଅନେକ ସମୟରେ ଦୃଘଟଣା ହେବାର ସମ୍ବାବନା ରହିଚି । ଜଳ ସମ୍ପଦ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ଏବଂ ଜଳ ସମ୍ପଦ ମନ୍ତ୍ରୀ, ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଏହି ବନ୍ଧ ଉପରେ ଦୃଷ୍ଟି ଦେବା ଲାଗି ଜନସାଧାରଣରେ ଦାବି କରାଯାଉଚି ।

Related Posts

About The Author

Add Comment