ବ୍ରାହ୍ମଣୀ ନଦୀବନ୍ଧକୁ ବିଧାୟୀକା ଶିଳାନ୍ୟାସ କଲେ

Spread the love

ଯାଜପୁର ସଦର,୨୩ା୦୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ଠାରୁ ବରୀ ରୁଦ୍ରପୁର ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀବନ୍ଧକୁ ବରୀ ବିଧୟୀକା ସୁନନ୍ଦା ଦାସ ଶିଳାନ୍ୟାସ କରିବା ସହିତ ନଦୀ ବନ୍ଧର ସୁଦୃଢ଼ି କରଣ କରାଯିବା ଲାଗି ପ୍ରଳୟଙ୍କରି ବନ୍ୟାରେ ଏହି ନଦୀବନ୍ଧ ଦୁର୍ବଳ ହୋଇପଡିଥିବା ବେଳେ ବରୀ ବିଧାୟୀକା ସୁନନ୍ଦା ଦାସ ଏହି ବନ୍ଧ ମରାମତି କରାଯିବା ଲାଗି ବିଧାୟୀକାଙ୍କ ଦୃଷ୍ଟିଗୋଚର କରାଯାଇଥିଲା । ବିଧାୟୀକାଙ୍କ ପ୍ରତିଶୃତି ପରେ ଏହି ନଦୀବନ୍ଧ ମରାମତି ପାଇଁ ବିଧାୟୀକା ପ୍ରତିଶୃତି ଦେଇଥିଲେ । ଜାରକା ଜଳସେଚନ ଡିଭିଜନ ଅଧିନରେ ଥିବା ଏହି ନଦୀବନ୍ଧ ମରାମତି କରାଯିବା ପାଇଁ ନାବାର୍ଡ଼ ବ୍ୟାଙ୍କ ସହାୟତାରେ ଏହି ନଦୀବନ୍ଧ ସୁଦୃଢ଼ି କରଣ କରାଯିବା ପାଇଁ ୫କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବରାଦ କରାଯାଇଥିଲା । ସନନ୍ଦା ଦାସ ନଦୀବନ୍ଧକୁ ଉଦ୍‌ଘାଟନ କରିବା ସହିତ ରସୁଲପୁର ବ୍ଲକ ମହେଶ୍ୱରପୁର ପଞ୍ଚାୟତର ପୁର୍ବତନ ସରପଞ୍ଚ ସେକ୍ ଅକ୍‌ତର ଅଲ୍ଲି ଖାଁ ଙ୍କ ନେତୃତ୍ୱରେ ଶ୍ରୀମତୀ ଦାସଙ୍କୁ ବାଇକ ରାଲ୍ଲିରେ ନିଆଯାଇ ନଦୀବନ୍ଧ ଶୀଳାନ୍ୟାସ ଶ୍ରୀମତୀ ଦାସ ଶୁଭ ଦେଇଥିଲେ । ଏହି ନଦୀବନ୍ଧ ସୁଦୃଢ଼ ହେବାସହିତ ୧୦ ଟି ପଞ୍ଚାୟତର ଗ୍ରାମବାସୀ ଉପକୃତ ହେବାସହିତ ବନ୍ୟା ଦାଉରୁ ରକ୍ଷା କରାଯାଇପାରିବ ବୋଲି ଶ୍ରୀମତୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ଯୁବନେତା ଦେବେନ୍ଦ୍ରନାଥ ଦାସ ଯୋଗଦେଇଥିବା ରତ୍ନଗିରି ଜଳସେଚନ କନିଷ୍ଠ ଯନ୍ତ୍ରୀ ଶୀବାନନ୍ଦ ପାଣୀଗ୍ରାହୀ ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱରପରୁ ସରପଂଚ ଅମୂଲ୍ୟ ପାତ୍ର, ବିଜେଡ଼ି ଜିଲ୍ଲା ସାଧାରଣ ସଂପାଦକ ପ୍ରଦିପ ଦାସ, ରାକେଶ ଦେଓ, ଶରତ ପାଣ୍ଡେ, ଇମ୍‌ତାଜ ଅଲ୍ଲ୍‌ୀ ଖାଁ, ସେକ୍ ସାବିର ଅଲ୍ଲୀ ଏବଂ ବୋହୁ ବିଜେଡି କର୍ମୀ ଯୋଗଦେଇଥିବା ବେଳେ ମହେଶ୍ୱରପୁର ପଂଚାୟତର ବହୁ କର୍ମୀ ଅନ୍ୟଦଳ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିବା ବେଳେ, ସମସ୍ତ କର୍ମୀ ମାନଙ୍କୁ ବିଧାୟୀକା ସୁନନ୍ଦା ଦାସ ପୁଷ୍ପଗୁଚ୍ଛ ଉତରିୟ ଦେଇ ଦଳକୁ ସ୍ୱାଗତ୍ କରିଥିଲେ ।

Related Posts

About The Author

Add Comment