ବ୍ରାହ୍ମଣୀନଦୀରେ ପଥର ପ୍ୟାକ କରାଯିବା ପାଇଁ ସର୍ଭେ କରାଗଲା

Spread the love

ଯାଜପୁର ସଦର,(ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ବ୍ରାହ୍ମଣୀ ନଦୀରେ ପଥର ପ୍ୟାକ କରାଯିବା ଲାଗି ସର୍ଭେ ରିପୋର୍ଟ କରାଯାଇଥିଲା । ଜାରକା ଜଳସେଚନ ବିଭାଗ ଅଧିନରେ ଥିବା ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି ନଦୀ ବନ୍ଧ କାର୍ଯ୍ୟ କରାଯିବା ଲାଗି ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ଜେ.ଇ ଘଟଣା ସ୍ଥଳରେ ପହଁଞ୍ôଚ ବସି ସାହୁ ଘର ପାଖରୁ ଚନ୍ଦ୍ର ଶେଖର ମହାଦେବ ମନ୍ଦିର ପର୍ଯ୍ୟନ୍ତ ପଥର ପ୍ୟାକିଂ କରାଯିବା ଲାଗି ଜଳ ସମ୍ପଦ ବିଭାଗର ଅଧିକାରୀ ମାନେ ପହଁଞ୍ôଚ ଦିନ ୧୧ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ନଦୀବନ୍ଧର ସ୍ଥଳଭାଗ ମାପ କରାଯାଇଥିଲା । ସର୍ଭେ କରାଯାଇ କାର୍ଯ୍ୟ କରାଯିବା ଲାଗି ବିଭାଗର ଯନ୍ତ୍ରୀ ସୂଚନା ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ନଦୀବନ୍ଧ କଡ଼ରେ ଆଗରୁ ନିମ୍ନମାନର କାର୍ଯ୍ୟ କରାଯାଇଥିବା ବେଳେ, ୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗୁଡ଼ିଆ ସାହି ଛନ୍ଦା ନିକଟରେ କରାଯାଇଥିବାରୁ ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ପଥର ଗୁଡ଼ିକ ମାଟିରେ ପୋତି ହୋଇଯାଇଥିବାରୁ କେତେକ ଯାଗାରୁ ପଥର ନଦୀରେ ପଡ଼ିଚି । ଆମ ପ୍ରତିନିଧି ଜଳ ସମ୍ପଦ ବିଭାର କର୍ମଚାରୀଙ୍କୁ ପଚରିବାରୁ ଭଲ କାମ କରାଯିବ ବୋଲି ସୂଚନା ଦେଇଛନ୍ତି ।

Related Posts

About The Author

Add Comment