ବାଲିଗୁଡା,06/01.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନଂ ଜିଲା ପରିଷଦ ଜୋନ୍ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଂଚଳର ୧୩ଟି ପଂଚାୟତକୁ ନେଇ ସ୍ଥାନୀୟ ସିପିଏସ୍ଡବ୍ଲୁ ପରିସରରେ ଭାଜପାର ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ବର୍ଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଦିବ୍ୟସିଂହ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କନ୍ଧମାଳ ଜିଲ୍ଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ଜିଲ୍ଲା ସମ୍ପାଦକ ମହେଶ୍ୱର ସାହୁ ,ବରିଷ୍ଠ କାର୍ଯ୍ୟକର୍ତ୍ତା ଜୟଚନ୍ଦ୍ର ପଡ୍ରା ,ଦିନବନ୍ଧୁ ପାତ୍ର ସମେତ ଅନ୍ୟାମାନେ ଯୋଗ ଦେଇଥିଲେ । ବୈଠକରେ ଦଳର କର୍ମକର୍ତାମାନେ ନିଜ ଅଞ୍ଚଳର ସମସ୍ୟା ଓ ସୁଦୃଢ ସଂଗଠନ ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲାସାଧାରଣ ସମ୍ପାଦକ ମାନଗୋବିନ୍ଦ ଦଳର ଲକ୍ଷ ଉଦ୍ଦେଶ୍ୟ ଓ ବିଚାର ଧାରାକୁ ଉପସ୍ଥାନ କରିବା ସହ ‘ସବକା ସାଥ ସବକା ବିକାଶ’ର ମୂଳମନ୍ତ୍ର ନେଇ କର୍ମୀମାନଙ୍କୁ ପ୍ରଦାନ କରିଥିଲେ। ଆଗାମୀ ପଞ୍ଚାୟତ ରାଜ ନିର୍ବାଚନୀକୁ ଦୃଷ୍ଠିରେ ରଖି ବିଭିନ୍ନ ରଣନନିତି ପ୍ରସ୍ତୁତ କରିବାକୁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ବୈଠକରେ ଚିତ୍ରସେନ ପାତ୍ର,ରାଜୀବ ପାତ୍ର ,ଆନନ୍ଦ ପ୍ରଧାନୀ ଦଳକୁ ପୁନର୍ବାର ବାହୁଡିଥିବାରୁ ସେମାନଙ୍କୁ ସମସ୍ତଙ୍କ ଉପସ୍ଥିତିରେ ସ୍ୱାଗତ କରି ଦଳରେ ସାମିଲ କରାଯାଇଥିଲା । ଶ୍ୟାମ ମହାଙ୍କୁଡ ,ଶଙ୍କର ବେହେର ଦଳେଇ , ଅଜୟ ମଲ୍ଲିକ ,ଗଣେଷ ଡାକୁଆ ସମେତ ବ୍ରାହ୍ମଣୀଗାଁ ମଣ୍ଡଳ ର ଅନ୍ୟାନ୍ୟ କର୍ମୀ ମାନେ ବୈଠକ ଆୟୋଜନରେ ସହଯୋଗ କରିଥିଲେ।
ବ୍ରାହ୍ମଣୀଗାଁ ଭାଜପାର ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ବର୍ଗ ବୈଠକ
|
January 7, 2021 |
