ଜେନାପୁର, ୧୦/୦୨ (ସନ୍ଧାନ ନିୟୁଜ୍ /ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ରେଖିଦେଇପୁର ନିକଟସ୍ଥ ବ୍ରାହ୍ମଣି ନଦୀରୁ ଜଣେ ମହିଳା ଙ୍କୁ ଅଗ୍ନିଶମ ଦ୍ୱାରା ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ ରେଖିଦେଇପୁର ନିକଟସ୍ଥ ବ୍ରାହ୍ମଣି ନଦୀରେ କିଛି ଯୁବକ ଗାଧୋଇଥିବା ସମୟରେ ହଟାତ୍ ଦେଖିବାକୁ ପାଇଥିଲେ ଜଣେ ମହିଳା ନଦୀ ମଝିରେ ଭାସି ଭାସି ଯାଉଥିବାର ।ନଦୀରେ ଆଜି ବଢ଼ିପାଣି ଆସିଥିବାରୁ ସ୍ରୋତ ଅଧିକ ମାତ୍ରାରେ ଅଧିକ ହେଉଥିବାରୁ ସେଠାରେ ଥିବା ଯୁବକ ମାନେ ପାଣିଭିତରେ ପଶିବାକୁ ସାହସ କରିନଥିଲେ ।ସଙ୍ଗେ ସଙ୍ଗେ ଛଡେ଼ଇଧରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ଥିଲେ ମଧ୍ୟ କୌଣସି ପ୍ରକାର ମହିଳାକୁ ଠାବ କରିପାରିନଥିଲେ ବାଧ୍ୟ ହୋଇ ରସୁଲୁପୁର ଅଗ୍ନିଶମକୁ ଖବର ଦେଇଥିଲେ ଖବରପାଇ ରସୁଲୁପୁର ଅଗ୍ନିଶମ ବୋଟ୍ ଧରି ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ପାଣିଭିତର ବୋଟ୍ ସାହାଯ୍ୟରେ ଯାଇଥିଲେ ଓ ବହୁଦୂର ଗଲାପରେ ନଦୀ ମଝିରେ ଏକ ଦୀପରେ ମହିଳାଙ୍କୁ ଠାବ କରିବାରେ ସକ୍ଷମ ହୋଇ ଉଦ୍ଧାର କରିଥିଲେ । ମହିଳାଙ୍କ ବୟସପାଖା ପାଖି ୫୦ରୁ ୫୫ ହେବବୋଲି ଅନୁମାନ କରାଯାଉଛି ।ସେ ତେଲୁଗୁ ଭାଷାରେ କଥାବାର୍ତ୍ତା କରୁଥିବାରୁ ସଠିକ ଭାବରେ ତାଙ୍କ କଥା ବୁଝିହେଉନଥିଲା । ଯେତିକି ବୁଝିହେଲା ଜାଣିବାକୁ ମିଳିଲାକି ତାଙ୍କ ଘର ଆନ୍ଧ୍ରପ୍ରଦେଶ ର ଶିଖାଖୁଲାମ ଓ ତାଙ୍କ ନାଁ ପାର୍ବତୀ ବୋଲି ସେ କହିବା ଅନୁଯାୟୀ ତାଙ୍କ ଗ୍ରାମରୁ ଓଡିଶାକୁ କୌଣସି ଏକ ଠିକା ସଂସ୍ଥା କାର୍ଯ୍ୟ କରିବା ନିମନ୍ତେ ଆଣିଥିଲେ ।ଆଜି ସମସ୍ତେ ନିଜ ଗ୍ରାମକୁ ଫେରିବା ସମୟରେ ପାର୍ବତୀ କୌଣସି ବସତ ରହିଯାଇଥିଲେ ,ହେଲେ ନଦୀପାଣିରେ ତମେ କେମିତି ଭାସିଲ ବୋଲି ପଚାରିବାରୁ ସେ କିଛି କହିପାରିନଥିଲେ ।ଶେଷରେ ତାଙ୍କୁ ଧର୍ମଶାଳା ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ରକୁ ଅଗ୍ନିଶମବାହୀନି ନେଇ ଯାଇଥିଲେ ସେଠାରେ ତାଙ୍କୁ ଚିକିତ୍ସା କରିବା ପରେ ଜେନାପୁର ଥାନାକୁ ପଠେଇ ଦେବେ ବୋଲି କୁ ଅଗ୍ନିଶମ ବାହିନୀ କହିଥିଲେ ।ପରେ ଜେନାପୁର ପୋଲିସ ମହିଳା ଜଣକୁ ତାଙ୍କ ନିଜ ଗ୍ରାମକୁ ପଠେଇ ବାର ବେବସ୍ଥା କରିବେ ବୋଲି ଶୁଣିବାକୁ ମିଳୁଛି ।। । ଘଟଣାରୁ ପ୍ରକାଶ ରେଖିଦେଇପୁର ନିକଟସ୍ଥ ବ୍ରାହ୍ମଣି ନଦୀରେ କିଛି ଯୁବକ ଗାଧୋଇଥିବା ସମୟରେ ହଟାତ୍ ଦେଖିବାକୁ ପାଇଥିଲେ ଜଣେ ମହିଳା ନଦୀ ମଝିରେ ଭାସି ଭାସି ଯାଉଥିବାର ।ନଦୀରେ ଆଜି ବଢ଼ିପାଣି ଆସିଥିବାରୁ ସ୍ରୋତ ଅଧିକ ମାତ୍ରାରେ ଅଧିକ ହେଉଥିବାରୁ ସେଠାରେ ଥିବା ଯୁବକ ମାନେ ପାଣିଭିତରେ ପଶିବାକୁ ସାହସ କରିନଥିଲେ ।ସଙ୍ଗେ ସଙ୍ଗେ ଛଡେ଼ଇଧରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ଥିଲେ ମଧ୍ୟ କୌଣସି ପ୍ରକାର ମହିଳାକୁ ଠାବ କରିପାରିନଥିଲେ ବାଧ୍ୟ ହୋଇ ରସୁଲୁପୁର ଅଗ୍ନିଶମକୁ ଖବର ଦେଇଥିଲେ ଖବରପାଇ ରସୁଲୁପୁର ଅଗ୍ନିଶମ ବୋଟ୍ ଧରି ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ପାଣିଭିତର ବୋଟ୍ ସାହାଯ୍ୟରେ ଯାଇଥିଲେ ଓ ବହୁଦୂର ଗଲାପରେ ନଦୀ ମଝିରେ ଏକ ଦୀପରେ ମହିଳାଙ୍କୁ ଠାବ କରିବାରେ ସକ୍ଷମ ହୋଇ ଉଦ୍ଧାର କରିଥିଲେ । ମହିଳାଙ୍କ ବୟସପାଖା ପାଖି ୫୦ରୁ ୫୫ ହେବବୋଲି ଅନୁମାନ କରାଯାଉଛି ।ସେ ତେଲୁଗୁ ଭାଷାରେ କଥାବାର୍ତ୍ତା କରୁଥିବାରୁ ସଠିକ ଭାବରେ ତାଙ୍କ କଥା ବୁଝିହେଉନଥିଲା । ଯେତିକି ବୁଝିହେଲା ଜାଣିବାକୁ ମିଳିଲାକି ତାଙ୍କ ଘର ଆନ୍ଧ୍ରପ୍ରଦେଶ ର ଶିଖାଖୁଲାମ ଓ ତାଙ୍କ ନାଁ ପାର୍ବତୀ ବୋଲି ସେ କହିବା ଅନୁଯାୟୀ ତାଙ୍କ ଗ୍ରାମରୁ ଓଡିଶାକୁ କୌଣସି ଏକ ଠିକା ସଂସ୍ଥା କାର୍ଯ୍ୟ କରିବା ନିମନ୍ତେ ଆଣିଥିଲେ ।ଆଜି ସମସ୍ତେ ନିଜ ଗ୍ରାମକୁ ଫେରିବା ସମୟରେ ପାର୍ବତୀ କୌଣସି ବସତ ରହିଯାଇଥିଲେ ,ହେଲେ ନଦୀପାଣିରେ ତମେ କେମିତି ଭାସିଲ ବୋଲି ପଚାରିବାରୁ ସେ କିଛି କହିପାରିନଥିଲେ ।ଶେଷରେ ତାଙ୍କୁ ଧର୍ମଶାଳା ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ରକୁ ଅଗ୍ନିଶମବାହୀନି ନେଇ ଯାଇଥିଲେ ସେଠାରେ ତାଙ୍କୁ ଚିକିତ୍ସା କରିବା ପରେ ଜେନାପୁର ଥାନାକୁ ପଠେଇ ଦେବେ ବୋଲି କୁ ଅଗ୍ନିଶମ ବାହିନୀ କହିଥିଲେ ।ପରେ ଜେନାପୁର ପୋଲିସ ମହିଳା ଜଣକୁ ତାଙ୍କ ନିଜ ଗ୍ରାମକୁ ପଠେଇ ବାର ବେବସ୍ଥା କରିବେ ବୋଲି ଶୁଣିବାକୁ ମିଳୁଛି ।।
9