ବ୍ରାଉନ ସୁଗାର ବେପାର କରୁଥିଲେ ପୁରା ପରିବାର; ବାନ୍ଧିଲା ପୁଲିସ

Spread the love

ଢେଙ୍କାନାଳ,(ସନ୍ଧାନ ନ୍ୟୁଜ): ରାଜ୍ୟରେ ବ୍ରାଉନସୁଗାର ବ୍ୟବସାୟ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବା ବେଳେ ଏବେ ଆଉ ଗଳିକନ୍ଦିରେ ନୁହେଁ ବରଂ ଘରେ ମଧ୍ୟ ଆରମ୍ଭ ହୋଇଗଲାଣି ଧଳାଜହର କାରବାର ।

ପୁଅକୁ ବ୍ରାଉନସୁଗାର କାରବାରରେ ସାହାର୍ଯ୍ୟ କରୁଥିଲେ ବାପା ଓ ମା’ । ଏମିତିକି ନିଜ ଘରେ ଚାଲିଥିଲା ଲକ୍ଷ ଲକ୍ଷ ଟଙ୍କାର ଧଳାହଜର ଡିଲିଂ । ଖବର ପାଇ ପୋଲିସ୍ ଚଡାଉ କରି କିଛି ବ୍ରାଉନସୁଗାର ଜବତ୍ କରିବା ସହିତ ପୁରା ପରିବାରକୁ ଗିରଫ ଆଜି କରିଛି ।

ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ବାଜିଚୌକ ଅଞ୍ଚଳରେ । ଦୀର୍ଘ ଦିନରୁ ସମ୍ପୃକ୍ତ ପରିବାର ନିଶା କାରବାରରେ ସମ୍ପୃକ୍ତ ଥିବା ବେଳେ ଖବର ପାଇ ଢେଙ୍କନାଳ ପୋଳଇସ୍ ଚଡାଉ କରି ଏମାନଙ୍କୁ ଗିରଫ କରିଛି ।

ଚଡାଉ ସମୟରେ ଘରୁ ପ୍ରାୟ ୧୩ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ୍ କରିଛି ପୋଲିସ୍ । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Related Posts

About The Author

Add Comment