ବ୍ରାଉନ ସୁଗାର ଚାଲାଣ ବେଳେ ଚଢ଼ାଉ

Spread the love

ବାରିପଦା, ୧୪/୦୮/୨୦୨୧ (ସନ୍ଧାନ ନିଉଜ) : ବ୍ରାଉନ ସୁଗାର ଚାଲାଣ ବେଳେ ଚଢ଼ାଉ କରିଛି ଅବକାରୀ ବିଭାଗ। ଏହି ଚଢ଼ାଉ ବେଳେ ଅବକାରୀ ବିଭାଗ ୫୦ଗ୍ରାମ ବ୍ରାଉନ ସୁଗର ସହିତ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଜଣ କେନ୍ଦୁଝର ଅଞ୍ଚଳର କ୍ଷୀରୋଦ ଚନ୍ଦ୍ର ମହାନ୍ତ ଏବଂ ଆଶିଷ ଗିରି ବୋଲି ଜଣାପଡିଛି। ଆଜି ଅପରାହ୍ନ ସମୟରେ କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ଅବକାରୀ ବିଭାଗ ଏକ ବାଇକକୁ ପିଛା କରି ୪୯ନମ୍ବର ଜାତୀୟ ରାଜପଥ ଯଶୀପୁର ଥାନା ଅନ୍ତର୍ଗତ ଛେଳିଗୁଦୁଳୀ ଟୋଲଗେଟ ନିକଟରେ ଗୋଟିଏ ବାଇକ ସହିତ ଦୁଇଜଣଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ୫୦ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି। ସେମାନେ ଏକ ବାଇକ ଯୋଗେ କେନ୍ଦୁଝର ଅଞ୍ଚଳରୁ ବାରିପଦା ଆଡ଼କୁ ୪୯ ନମ୍ବର ଜାତୀୟ ରାଜପଥରେ ବ୍ରାଉନ ସୁଗର ନେଉଥିବା ବେଳେ ଛେଳି ଗୁଦୁଲି ଟୋଲଗେଟ ନିକଟରେ ଅବକାରୀ ବିଭାଗ ଧରିଥିଲା। ତେବେ ସେମାନେ କୋଉଠୁ ଆଣିଲେ ଏବଂ କୁଆଡ଼େ ନେଉଥିଲେ ତାହା ଜଣା ପଡିନି। ଗିରଫ ପରେ ଉଭୟଙ୍କୁ ବାରିପଦା କୋର୍ଟକୁ ଚାଲାଣ କରିବ ଅବକାରୀ ବିଭାଗ। ଦିନକୁ ଦିନ ଅଞ୍ଚଳରେ ଚୋରି ଡକାୟତି ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ବ୍ରାଉନ ସୁଗର ଜବତ ହେବା ପୁଲିସର ନିଦ ହଜାଇଦ୍ଦେଇଁଛି।

Related Posts

About The Author

Add Comment