ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ମାଡ଼ି ବସିଲା ପୋଲିସ, ୬ ଗ୍ରାମର ଧଳାଜହର ଜବତ

Spread the love

ଯାଜପୁର ୧୯/୦୭ (ସନ୍ଧାନ ନ୍ୟୁଜ୍)-:  ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସଠୀପୁର ଅଞ୍ଚଳରୁ ୬ ଗ୍ରାମର ବ୍ରାଉନସୁଗାର ଜବତ। ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ମାଡ଼ି ବସିଲା ପୋଲିସ। ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳା ସମେତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପାଣିକୋଇଲି ଥାନା ସଠୀପୁର ନିକଟରେ ବ୍ରାଉନସୁଗାର କାରବାର ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ପାଣିକୋଇଲି ପୋଲିସ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ସଠୀପୁର ଛକ ନିକଟରେ ଜଣେ ମହିଳା ଓ ଜଣେ ପୁରୁଷ ବ୍ରାଉନସୁଗାର ବିକ୍ରି କରୁଥିବା ଅବସ୍ଥାରେ ତାଙ୍କୁ ଗିରଫ କରିଥିଲା ପୋଲିସ। ତେବେ ଗିରଫ ହୋଇଥିବା ଏହି ଅଭିଯୁକ୍ତ ୨ ଜଣ ଭଦ୍ରକ ଜିଲ୍ଲା ଧାମନଗର ଥାନା ହବିବନଗର ଅଞ୍ଚଳର ମୁନି ବିବି ଓ ଜିଲାନି ଖାନ ବୋଲି ଜଣାପଡିଛି। ଏହି ଦୁଇ ଅଭିଯୁକ୍ତ ପୂର୍ବରୁ ବାଲେଶ୍ଵର ଜିଲ୍ଲାରୁ ବ୍ରାଉନସୁଗାର ଆଣି ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର ଟାଉନ ଅଞ୍ଚଳରେ କାରବାର କରୁଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗକୁ ଆଧାର କରି ପାଣିକୋଇଲି ପୋଲିସ ଏହି ମହିଳା ଓ ପୁରୁଷ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଥିବା ନେଇ ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୁଶୀଲ କୁମାର ନାୟକ ସୂଚନା ଦେଇଛନ୍ତି।

Related Posts

About The Author

Add Comment