ଯାଜପୁର ସଦର ୧୨/୧୨/୨୫ (ସନ୍ଧାନ ନ୍ୟୁଜ ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଅମ୍ଳଜାନ ସିଲିଣ୍ଡର ମେଡିକାଲ କାମରେ ଲାଗୁନଥିବା ବେଳେ, ଏହି ମେଡିକାଲରେ ବିଭିନ୍ନ ସମସ୍ୟା ଦେଖା ଦେଇଥିବାରୁ ସିଡିଏମ ଓ ଯାଜପୁର ଡ. ବିଜୟ କୁମାର ମିଶ୍ର ଚଢ଼ାଉ କରିଥିବା ବେଳେ, ଏହି ମେଡିକାଲ ଦାୟିତ୍ୱରେ ରହିଥିବା ମେଡିକାଲର କର୍ମଚାରୀ ମାନଙ୍କୁ ତାଗିଦ କରିବା ସହିତ କୌଣସି ପରିସ୍ଥିତିରେ ଯେପରି ରୋଗୀ ସେବାକୁ ଅଣଦେଖା କରାନଯାଏ ସେଥିପ୍ରତି ନଜର ଦେବାକୁ କଡ଼ା ନିର୍ଦ୍ଦେଷ ଦେଇଥିଲେ । ଏବଂ ଜାଣିବାକୁ ପାଇଲେ ନିୟମିତ ଡାକ୍ତର ଆସୁନଥିବା ବେଳେ, ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ନଥିବାରୁ ଗ୍ରାମଞ୍ଚଳ ମାନଙ୍କରୁ ଆସୁଥିବା ରୋଗୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଗୁରୁତର ରୋଗୀ ମାନଙ୍କୁ ଏହି ମେଡିକାଲକୁ ଆଣିବାପାଇଁ ଆମ୍ବୁଲାନ୍ସ ନଥିବାରୁ ଏଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗାଡ଼ି ନଥିବାରୁ ପ୍ରସୁତୀ ମହିଳା ମାନଙ୍କୁ ମେଡିକାଲକୁ ଆଣିବାପାଇଁ କୌଣସି ସୁବିଧା ନାହିଁ । ଅଟୋ ଏବଂ ନିଜର ପରସନାଲ ଗାଡ଼ିରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବାରୁ ଅଧିକାଂଶ ସମୟରେ ମେଡିକାଲରେ ଡାକ୍ତର ଅନୁପସ୍ଥିତ ରହୁଥିବାରୁ ରୋଗୀ ମାନେ ବହୁ ଅସୁବିଧଅର ସମ୍ମୁଖିନ ହେଉଛନ୍ତି । ସେଥିପାଇଁ ଯାଜପୁର ଧର୍ମଶାଳା ଉପରେ ନିର୍ଭର କରୁଛନ୍ତି । ଏହା ଦ୍ୱାରା ରୋଗୀ ମାନଙ୍କ ଅବସ୍ଥା ଗୁରୁତର ହେଉଥିବା ଦେଖିବାକୁ ମିଳୁଚି । ଏହି ମେଡିକାଲରେ ଆମ୍ବୁଲାନ୍ସ ରହିଥିଲେ । ରୋଗୀ ମାନଙ୍କୁ ନେବା ଆଣିବା ପାଇଁ ସୁବିଧା ହେଉଥାନ୍ତା । ଯାହାକି ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୧୦ଟି ପଂଚାୟତର ଗ୍ରାମବାସୀ ମାନେ ନିର୍ଭର କରୁଥିବା ବେଳେ, ନାମକୁ ମାତ୍ର ଏଠାରେ ମେଡିକାଲ କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ମେଡିକାଲରେ ସରକାରୀ ମେଡିକାଲରେ ସରକାରୀ ଔଷଧ ନାହିଁ ଏନେଇ ଶ୍ରୀ ମିଶ୍ର ଜାଣିବାକୁ ପାଇଥିଲେ । ଶ୍ରୀ ମିଶ୍ର ଏହା ଜାଣିବା ପରେ ତୁରନ୍ତ ଏହି ମେଡିକାଲରେ ଥିବା ସମସ୍ୟାକୁ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସର ଆଲଓମା ଆବୁ ଅକତର ଖାଁନ, ମୁକାତର ଖାଁ, ଅବଦୁଲ ଅସମତ, ଇସଲାମ ଖାଁନ, ମହମ୍ମଦ ଅଲ୍ଲୀ ସିଡିଏମଙ୍କ ନିକଟରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ଉପରେ ସୂଚନା ଦେଇଥିଲେ । ଏଠାରେ ଏକ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ଗଠନ କରିବାପାଇଁ ତହସିଲଦାର ଏବଂ ବିଡିଓଙ୍କ ସହ ଆଲୋଚନା କରିବେ ବୋଲି ସିଡିଏମ ପ୍ରକାଶ କରିଥିଲେ । ବିଭିନ୍ନ ଗଣମାଧ୍ୟରେ ଏହି ସ୍ୱାସ୍ଥ୍ୟ ସମସ୍ୟା ଉପରେ ପ୍ରକାଶ କରାଯିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସିଡିଏମ ଶ୍ରୀ ମିଶ୍ର ଅଚାନକ ବ୍ରହ୍ମବରଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଚଢ଼ାଉ କରିଥିଲେ ।
ବ୍ରହ୍ମବରଦା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସିଡିଏମ ଚଢ଼ାଉ କଲେ
|
December 13, 2025 |



