ଯାଜପୁର ସଦର, ୧୬ା୦୧(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତର ବ୍ରହ୍ମବରଦା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଚି । ଏହି ଅବସରରେ ମହାବିଦ୍ୟାଳୟ ପୁସ୍ତକ ଜ୍ଞ୍ୟାନି ଗୁଣିକୁ ଲୋକଲୋଚନକୁ ଆଣି ଥାଏ ବୋଲି ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ସେଠୀ ପ୍ରଦ୍ୱିପ ପ୍ରଜ୍ଜଳନ କରି ମହାବିଦ୍ୟାଳୟର ବାର୍ଷିକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବରୀ ନିର୍ବାଚନ ମଣ୍ଡଳୀର ବିନ୍ଧାଣି ମା ରମା ଦେବୀ କହିଲେ ଅତୃକ୍ତି ହେବ ନାହିଁ । ବରୀ ବିଧାୟୀକା ଶ୍ରୀମତୀ ସୁନନ୍ଦା ଦାସ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଜେନା ସଭାପତିତ୍ୱ କରିଥିଲେ । ମଞ୍ଚାସିନ ଅନ୍ୟତମ ଅତିଥି ବ୍ରହ୍ମବରଦାର ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ହରିବନ୍ଧୁ ଗିରୀ ଯୋଗଦେଇଥିଲେ । ମଞ୍ଚାସୀନ ଅତିଥି ଯାଜପୁର ବିଜେଡ଼ି ସମ୍ପାଦକ ପ୍ରଦିପ ଦାସ ଯୋଗଦେଇଥିବା ବେଳେ, ମଞ୍ଚାସୀନ ଅନ୍ୟତମ ଅତିଥି ପୂର୍ବତନ ସରପଞ୍ଚଚ ବିପିନ ବିହାରୀ ଦେଓ, ବ୍ରହ୍ମବରଦା ପଞ୍ଚାୟତର ସରପଞ୍ଚ ବିଜୟ କୁମାର ଦାସ, ସମିତ ସଭ୍ୟ ଅଟଳ ବିହାରୀ ଦାସ, ପୂର୍ବତନ ସମିତି ସଭ୍ୟ ଅବଦୁଲ ଦୟାନ ଖାଁ, ଶିକ୍ଷାବିତ୍ ହରିବନ୍ଧୁ ଗିରୀ, ବ୍ରହ୍ମବରଦା ହାଜିରମିଅାଁ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଆଲ୍ଲାଉଦ୍ଦିନ ଖାଁ, ହେମନ୍ତ ସାହୁ, କାଶିନାଥ ବେହେରା, ଯୋଗଦେଇଥିଲେ । ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ ଅତିଥି ଶ୍ରୀମତୀ ସେଠୀ ଶ୍ରୀଯୁକ୍ତ ଜେନାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ, ବ୍ରହ୍ମବରଦା ମହାବିଦ୍ୟାଳୟର ଅଧକ୍ଷ ସୁସାହିତିକ ଗାଳ୍ପିକ ମହେଶ୍ୱର ପାଢ଼ୀ ଯୋଗଦେଇଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏବଂ ମହାବିଦ୍ୟାଳୟ ପକ୍ଷରୁ ଯାଜପୁର ସାଂସଦ ଶ୍ରୀମତୀ ସେଠୀଙ୍କୁ ଉପଢ଼ୌକନ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ଶ୍ରୀମତୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବରୀର କର୍ମବୀର ଯୁବ ସଙ୍ଗଠକ ଦେବେନ୍ଦ୍ର ଦାସଙ୍କୁ ଉଭୟ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ ଡ. ରଶ୍ମିକାନ୍ତ ଦାଶ ଶ୍ଲୋକ ଆବୃତି କରିଥିବା ବେଳେ, ଡ. ଶଶିଭୁଷଣ ଏବଂ ଛାତ୍ରୀ ସ୍ୱାଗତ ସଙ୍ଗିତ ଗାନ କରିଥିଲେ । ଅଧ୍ୟାପକ ଉଲ୍ଲାସ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଅଧ୍ୟାପକ ସୁଦର୍ଶନ ପୃଷ୍ଟି ବାର୍ଷିକ ବିବରଣୀ ପାଠ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ସାହୁ, ଅଧ୍ୟାପକ ଅବଦୁଲ ଓରଫ ଖାଁନ, ସୂର୍ଯ୍ୟକାନ୍ତ ରାଉତ, ମହମ୍ମଦ ମହସିନି, ଅଣଶିକ୍ଷା କର୍ମୀ ଶାନ୍ତିଲତା ବେହେରାଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ବ୍ରହ୍ମବରଦା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ମହାବିଦ୍ୟାଳୟର ପ୍ରତିଯୋଗିତାରେ ଭାଗନେଇଥିବା ଦ୍ୱିତୀୟ ସ୍ତର ଏବଂ ଚମ୍ପିଆନ ମାଲିନି ଗିରୀ ସର୍ବଗୁଣା ସମ୍ପର୍ଣ୍ଣା ପୁରଷ୍କାର, କଳାରେ ସୌଭାଗ୍ୟ ଗିରୀ, ବାଣିଜ୍ୟରେ ପ୍ରବିର ଜେନା, ବିଜ୍ଞାନରେ ଅର୍ପିତା ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କୃତ କରିଥିଲେ । ଏହି ବାର୍ଷିକ ଉତ୍ସବରେ ବହୁ ସାହିତିକ, ଶିକ୍ଷାବିତ, ବରିଷ୍ଠ ନାଗରିକ ମାନେ ଯୋଗଦାନ କରିଥିଲେ ।
ତାଜା ଖବର
- ବନ୍ଧୁକ ମୁନରେ ଲୁଟ ଘଟଣା,: ଗିରଫ ହେଲେ ୫ ଡକାୟତ: ସୁନା ରୂପା ଅଳଙ୍କାର,ଟଙ୍କା ସମେତ ବହୁ ସାମଗ୍ରୀ ଜବତ
- ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ସମିତି ପକ୍ଷରୁ କାର୍ଯ୍ୟ କାରିଣୀ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ
- ତିଆରି ହେଲା ଇତିହାସ, ୧୯ ତମ ବିଭାହ ବାର୍ଷିକୀରେ ଦମ୍ପତି ଚୁକ୍ତି କଲେ ମର ଶରୀର ଦାନ
- ଜମନକିରା ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ, ୫୩୮ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା
- ଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ଶୁଭାରମ୍ଭ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଅଙ୍ଗନୱାଡ଼ି କେନ୍ଦ୍ରରେ ଦୀର୍ଘଦିନ ହେଲା ନଳକୂପ ଅଚଳ : ପାଣି ସମସ୍ୟା ସୁଧୁରିବ କେବେ ?
- ସବଡେଗାରେ ଅବକାରି ବିଭାଗର ଚଢ଼ାଉ ,୨୩୪ ଲିଟର ବିଦେଶୀମଦ ଜବତ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଶ୍ରୀରାମ ବାଟିକାରେ ୨୪ ପ୍ରହରୀ ନାମଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ