ଯାଜପୁର, ୩୧/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ନେସ୍କୋ କାର୍ଯ୍ୟାଳୟର କର୍ମଚାରୀମାନେ ମନମୁଖି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଚି । ଏଠାରେ ସୂଚନା ଯୋଗ୍ୟ ଯେ, ବ୍ରହ୍ମବରଦା ନେସ୍କୋ କାର୍ଯ୍ୟାଳୟର ପାରିବା ପଣିଆ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଚି । ଏଠାରେ ସୂଚନା ଯୋଗ୍ୟ ଯେ, ବ୍ରହ୍ମବରଦା ନେସ୍କୋ ଅଧିନରେ ଥିବା ଏହି ବ୍ଲକ ଏବଂ ଅନ୍ୟ ବ୍ଲକ ମାନଙ୍କରେ ନେସ୍କୋ କାର୍ଯ୍ୟାଳୟ ଯାଉଥିବା ବେଳେ, ଦିନକୁ ୮ ରୁ ୧୦ ଘଣ୍ଟା ବିଦୁ୍ୟତ କାଟ କରାଯାଉଚି । ରୁଦ୍ରତାପରେ ଗ୍ରୀଷ୍ମ ପ୍ରବାହ ବଢ଼ୁଥିବାରୁ ଲୋକମାନେ ନାହିଁ ନଥିବାର ବିଦୁ୍ୟତ ସେବାରୁ ବଞ୍ଚôତ ହେଉଛନ୍ତି । ପ୍ରତି ମାସକୁ ମାସ ବିଦୁ୍ୟତ ବିକ ପୈଠ କରାଯାଉଥିବ ବେଳେ, କର୍ମଚାରୀ ମାନଙ୍କ ଅବହେଳା ଚରମ ସୀମାରେ ପହଁଞ୍ଚôଲାଣି । ଟାଟା କମ୍ପାନୀ ବ୍ରହ୍ମବରଦା ବିଦୁ୍ୟତ ସେକ୍ସନକୁ ନେଇଥିବାରୁ ବିଦୁ୍ୟତ ସେବାରେ ବ୍ୟାଘାତ ଘଟୁଚି । ଟାଟା କମ୍ପାନୀ ବିଦୁ୍ୟତ ସେବା ଯୋଗାଇ ଦେଉଥିବା ସାଧାରଣରେ ଅଭିଯୋଗ ହେଉଚି । ରୁଦ୍ରତାପ ବଢ଼ୁଥିବରୁ ବିଦୁ୍ୟତ ସେବା ଯୋଗାଇଦେବା ସହିତ ଠିକ ଭାବେ ମିଟର ରିଡିଙ୍ଗ ଦେଖି ବିଦୁ୍ୟତ ବିଲ ନେବା ସହିତ ସେବା ଯୋଗାଇଦେବା ଲାଗି ବିଦୁ୍ୟତ ଗ୍ରାହକ ହିତାଧିକାରୀ ମାନେ ଟାଟା କମ୍ପାନୀ ଗ୍ରାହାକ ମାନଙ୍କୁ ସେବା ଦେବା ପାଇଁ ଦାବି କରାଯାଉଚି । ଠିକ ହିସାବରେ ବିଦୁ୍ୟତ ସେବା ଯୋଗାଇ ନଦେଲେ ହତାଧିକାରୀ ମାନେ ଧାରଣାରେ ବସିବାପାଇଁ କମ୍ପାନୀକୁ ଚେତାବନୀ ଦେଇଛନ୍ତି ।
ବ୍ରହ୍ମବରଦା ବିଦୁ୍ୟତ ସେକସନରେ ମନମୁଖି କାର୍ଯ୍ୟ କରାଯାଉଚି
|
March 31, 2022 |
