ଯାଜପୁର ସଦର,୧୬/୦୭ (ସନ୍ଧାନ ନୟୁଜ) ଯାଜପୁର ଜିଲ୍ଲା ବ୍ରହ୍ମବରଦା ପ୍ରେସକ୍ଲବ ଆନୁକୁଲ୍ୟରେ ଦ୍ୱିତୀୟ ବାର୍ଷିକ ଉତ୍ସବ ଚାରିଗାରପୁର କଲ୍ୟାଣ ମଣ୍ଡପ ପରିଶରରେ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିବା ବେଳେ, ପ୍ରେସକ୍ଲବର ସଭାପତି ବାପୁଜୀ ଚରଣ ଜେନା ପ୍ରେସକ୍ଲବର ସଭାପତିତ୍ୱ କରିବାପାଇଁ ମଞ୍ଚକୁ ନିମନ୍ତ୍ରିତ ହୋଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଓଡ଼ିଶା ସାମ୍ବାଦିକ ୟୁନିୟନର ରାଜ୍ୟ ସଭାପତି ପ୍ରଶନ୍ନ ମହାନ୍ତି ବକ୍ତବ୍ୟ ରଖିଥରଲେ. ମୁଖୟ ବକ୍ତା ସ୍ତମ୍ବକାର ଶ୍ରୀଯୁକ୍ତ ଓମ ପ୍ରକାଶ ବରିଷ୍ଠ ସାମ୍ବାଦିକ ତାଙ୍କ ବକ୍ତବ୍ୟ ରଖିଥିବା ବେଳେ, ଗଣମାଧ୍ୟର ସାମ୍ବାଦିକ ମାନେ ସୁରକ୍ଷାରେ ନାହାଁନ୍ତି ବୋଲି ବକ୍ତବ୍ୟ ରଖିଥିଲେ । ସେହିପରି ସମ୍ମାନୀୟ କାର୍ଯ୍ୟାକାରିଣୀ ସଦସ୍ୟ ଓୟୁମିରର ସଦସ୍ୟ ସଂମ୍ପାଦକ ଅଭୟ କୁମାର ପତି ଯୋଗଦେଇଥିବା ବେଳେ, ବ୍ରହ୍ମବରଦା ପ୍ରେସକ୍ଲବର ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେବା ସହିତ ଶ୍ରୀପତି ତାଙ୍କର ଅଭିଯୋଗ ରଖିଥିଲେ । ବ୍ରହ୍ମବରଦା ସହିତ ଶ୍ରୀ ପତି ତାଙ୍କର ଅଭିଭାଷଣ ରଖିଥିଲେ । ବ୍ରହ୍ମବରଦା ପ୍ରେସକ୍ଲବର ସାମ୍ବାଦିକ ବନ୍ଧୁମାନେ ମୁଖ୍ୟ ଅତିଥିମାନଙ୍କୁ ଉପଢ଼ୌକନ ପୁଷ୍ପଗୁଚ୍ଛ ଦେଇ ମଞ୍ଚକୁ ପାଛୋଟି ନେଇଥିଲେ । ଯାଜପୁର ସାମ୍ବାଦିକ ୟୁନିୟନର ସଭାପତି ଅରୁଣ ରାଉତରାୟ ଯୋଗଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ସାମ୍ବାଦିକ ମାନଙ୍କର ଦାବି ଗୁଡ଼ିକ ଉପରେ ସରକାର ଦୃଷ୍ଟି ଦେବା ପାଇଁ ଦାବି କରିଥିଲେ । ରସୁଲପୁର ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ଡ. ପ୍ରଭଞ୍ଜନ ପତି ଯୋଗଦେଇ ତାଙ୍କ ବକ୍ତବ୍ୟ ରଖିଥିଲେ । ସେହିପରି ଓୟୁଜେର କାର୍ଯ୍ୟକାରୀଣୀ ସଦସ୍ୟ ଶ୍ରୀଯୁକ୍ତ କିସାନ କୁମାର ରାଉତ ଯୋଗଦେଇ ବ୍ରହ୍ମବରଦା ସାମ୍ବାଦିକ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥରଲେ । ପୂର୍ବତନ ସଭାପତି ଆଦିତ୍ୟ ମେକାବ ସମ୍ମାନୀୟ ଅତିଥିଭାବେ ଯୋଗଦେଇଥିବା ବେଳେ, ଶ୍ରୀଯୁକ୍ତ ମେକାବଙ୍କୁ ବ୍ରହ୍ମବରଦା ପ୍ରେସକ୍ଲବ ପକ୍ଷରୁ ଉପଢ଼ୌକନ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଯାଜପୁର ଜିଲ୍ଲାର ବିଭିନ୍ନ ପ୍ରେସକ୍ଲବର ସାମ୍ବାଦିକ ମାନେ ଯୋଗଦେଇଥିବା ବେଳେ, ବ୍ରହ୍ମବର୍ା ପ୍ରେସକ୍ଲବରର ସଦସ୍ୟ ପ୍ରତାପ ଚନ୍ଦ୍ର ପୃଷ୍ଟି ଧନ୍ୟବାଦ ଦେଇଥିଲେ । ସାମ୍ବାଦିକ ଶଙ୍କର୍ଷଣ ସେଠୀ ବାର୍ଷିକ ବିବରଣୀ ପାଠ କରିଥିଲେ । ବ୍ରହ୍ମବରଦା ଅଞ୍ଚଳର ବହୁ ବୁଦ୍ଧିଜିବୀ ସାହିତିକ ଅବସରପ୍ରାପ୍ତ ଶିକ୍ଷକ ବରିଷ୍ଠ ନାଗରିକ ଯୋଗଦେଇଥିଲେ । ସେହିପରି ନନ୍ଦ ମାଷ୍ଟର ପଲ୍ଲୀ ନିର୍ମାଣ କରି ଯାଜପୁର ମିରର ସମ୍ପାଦକ ଚଳଚିତ୍ର ନିର୍ଦ୍ଦେଷକ ପ୍ରଯୋଜକ ଅଭୟ କୁମାର ପତିଙ୍କୁ ପ୍ରେସକ୍ଲବ ପକ୍ଷରୁ ଉପଢ଼ୌକନ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ରହ୍ମବରଦା ଅଞ୍ଚଳରେ କାର୍ଯ୍ୟକରୁଥିବା ୨୫ ବର୍ଷଧରି ସେବା ଯୋଗାଇ ଦେଇଆସୁଥିବା ପାଠକ ମାନଙ୍କ ନିକଟରେ ସାମ୍ବାଦପତ୍ର ବିତରଣ କରୁଥିବା ଅକ୍ଷୟ ଦାସଙ୍କୁ ବ୍ରହ୍ମବରଦା ପ୍ରେସକ୍ଲବ ପକ୍ଷରୁ ପ୍ରଶନ୍ନ କୁମାର ମହାନ୍ତି ଉପଢ଼ୌକନ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ରହ୍ମବରଦା ପ୍ରେସକ୍ଲବ ଆନୁକୁଲୟରେ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଥିଲା । ବରୀ ନର୍ବାଚନ ମଣ୍ଡଳୀର ଯୁବନେତା ଉମେଶ ଚନ୍ଦ୍ର ଜେନା ଏହି ବାର୍ଷିକ ଉତ୍ସବରେ ଯୋଗଦାନ କରିଥିଲେ ।
ବ୍ରହ୍ମବରଦା ପ୍ରେସକ୍ଲବ ଆନୁକୁଲ୍ୟରେ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଟିତ
|
July 16, 2025 |



