ବ୍ରହ୍ମବରଦା ପଞ୍ଚାୟତରେ ରିଲିଫ ଦୁର୍ନୀତି ତଦନ୍ତ ଦାବି କଲା ସ୍ବେଚ୍ଛାସେବୀ ସଂଗଠନ

Spread the love

ରସୁଲୁପୁର, ୧୮/୧୦/୨୦ (ସନ୍ଧାନ ନିଉଜ) : ଚଳିତ ବନ୍ୟାରେ ପ୍ରଭାବିତ ବିପନ୍ନମାନଙ୍କୁ ସରକାରୀ ଭାବେ ଭଙ୍ଗାରୁଜା ଘର ଓ ପାଣିରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଜରିପାଲ, ରିଲିଫ ସାମଗ୍ରୀ ଓ ଆର୍ଥିକ ସହାୟତା ୫୦୦ ଟଙ୍କା ପ୍ରଦାନ ରେ ବ୍ରହ୍ମବରଦା ପଞ୍ଚାୟତ ଦୁର୍ନୀତି ଏବେ ଜିଲ୍ଲା ରେ ଆଲୋଡନ ର ବାତାବରଣ ସୃଷ୍ଟି କରିଛି ।ସାଧାରଣ ହିତାଧିକାରୀଙ୍କ ରିଲିଫ ନେଉଛି କିଏ?ଏ ବିଷୟରେ ସରପଞ୍ଚ ବିଜୟ ଦାସ ଙ୍କୁ ପଚାରିବାରୁ ଗଣମାଧ୍ୟମ ଓ ସାମାଜିକ କର୍ମୀ ଙ୍କୁ ମିଛରେ ଟଙ୍କା ମାଗୁଥିବା କହି ଫସେଇଦେବେ ବୋଲି ଧମକ ଦେଉଛନ୍ତି । ସରକାର ସରପଞ୍ଚ ଙ୍କୁ ଲୋକଙ୍କ ସମସ୍ୟା ଓ ସୁଖ ଦୁଃଖରେ ଭାଗୀ ହେବାକୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଛନ୍ତି ।ହେଲେ ଏବେ ନିଜକୁ ବହୁ ଶକ୍ତିଶାଳୀ ବ୍ୟକ୍ତି ମନେକରୁଛନ୍ତି ଏହି ପଞ୍ଚାୟତ ର ସରପଞ୍ଚ । ମାତ୍ର ବନ୍ୟାବିପନ୍ନଙ୍କୁ ଖଣ୍ଡେ ପାଲକୁ ଚାରିଖଣ୍ଡ ଟୁକୁଡାଟୁକୁଡା କରି କାଟି ଚାରିଜଣ ବନ୍ୟାବିପନ୍ନଙ୍କୁ ବଣ୍ଟନ କରାଯାଇଥିଲା। ଅପରପକ୍ଷରେ ବହୁ ଲୋକଙ୍କୁ ଜରିପାଲ ଓ ରିଲିଫ ନଦେଇ ରୋକଠୋକ ମନା କରାଯାଉଥିବା ବେଳେ ଯେଉଁ ହିତାଧିକାରୀ ପ୍ରଶାସନ ପାଖେ ଅଭିଯୋଗ କଲାପରେ ଉକ୍ତ ବନ୍ୟାବିପନ୍ନଙ୍କୁ ଜରିପାଲ ଓ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି। ତେଣୁ ଏଠାରେ ଜଣାପଡୁଛିକି ବନ୍ୟାବିପନ୍ନଙ୍କ ନାମରେ ରିଲିଫ ଓ ଜରିପାଲ ଉଠାଇ ହରିଲୁଟ କରାଯାଇଛି। ଅନେକ ଲୋକେ କଟା ପାଲ,୨୫କିଗ୍ରା ଚାଉଳ ପାଇଥିବା ବେଳେ ବହୁ ଗରିବ ବନ୍ୟାବିପନ୍ନଙ୍କୁ ଏଥିରୁ ଜାଣିଶୁଣି ବାଦଦିଆଯାଇଛି। ତେଣୁ ଏଭଳି ଅବହେଳାର ପ୍ରତିବାଦରେ ଆଜି ବ୍ରହ୍ମବରଦା ପଞ୍ଚାୟତ ଅଗ୍ରଣୀ ସେଛାସେବୀ ସୋସିଆଲ୍ ଚେନଜର ସଦସ୍ୟମାନେ ରସୁଲପୁର ତହସିଲରେ ପହଞ୍ଚି ତହସିଲଦାର ଜୋତିକାନ୍ତ ଭୁଜବଳଙ୍କ ସହିତ ଆଲୋଚନା କରିବା ସହ ଏହାର ତଦନ୍ତକରିବା ପାଇଁ ଏକ ଲିଖିତପତ୍ର ଦେଇଥିଲେ । ଆଲୋଚନାରେ ଅନୁଷ୍ଠାନର ସଂପାଦକ ରାକେଶ ଦାସ, ସଂପାଦକ ସୁଧାଂଶୁ ଶେଖର ସାହୁ,ହିମାଂଶୁ ବଟ, ଅଭିମନ୍ୟୁ ପାଣ୍ଡେ,ରାଜା ଦାସ,ମୁନା ଦାସ, ସରୋଜ ପାଣ୍ଡେ, ବିଶ୍ବଜିତ ବେହେରା,ଶକ୍ତି ପ୍ରସାଦ ଦାସ,ଶ୍ରୀକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Related Posts

About The Author

Add Comment