ଯାଜପୁର ସଦର,: ୩୧/୩/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଥାନା ପରିଶରରେ ଯାଜପୁର ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ର ଏବଂ ବ୍ରହ୍ମବରଦା ଥାନା ଆଇଆଇସି ଜୟନ୍ତୀ ମଲିକଙ୍କ ତତ୍ୱାବଧାନରେ ଏସ୍ଡିପିଓ ଏକ ସାମ୍ବାଦୀକ ସମ୍ମୀଳନୀ ଡକାଇ କିଛି ଦିନ ତଳେ ଚୋରି ହୋଇଥିବା ଜିନିଷ ଗୁଡ଼ିକୁ ବ୍ରହ୍ମବରଦା ପୋଲିସ୍ ଉଦ୍ଧାର କରି ଅଭିଯୁକ୍ତ ଧର୍ମଶାଳା ଥାନା ଚନ୍ଦ୍ର ମୋହିନୀ ଗ୍ରାମର ଆସିସ୍ ବେହେରା କୁ ଗିରଫ କରିଥିଲେ । ଆଶିସ୍ ର ବାପା ଅଶୋକ ବେହେରା ପୁଅ ଆସିସକୁ ହାଜତରୁ ଚମ୍ପଟ ମାରି ଥିବା ଆସାମୀ ଆସିସ୍ ବେହେରା କୁ ବ୍ରହ୍ମବରଦା ପୋଲିସ୍ ୧୨ ଘଣ୍ଟା ମଧ୍ୟରେ ଗିରଫ କରିବା ସହିତ ତାଙ୍କୁ ସହାୟତା କରିଥିବା ଅଭିଯୋଗରେ ୨ ଜଣଙ୍କୁ ପୋଲିସ୍ ଅଟକ ରଖିଥିଲେ ଏ ନେଇ ଏସଡିପିଓ ସୂଚନା ଦେଇ କହିଲେ ଆସିସ୍ ନାମରେ ୫ଟି ଚେ।ରି କେସ୍ ହୋଇଥିବା ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମୀଳନୀରେ ଚୋରି ହୋଇଥିବା ଜିନିଷ ଗୁଡ଼ିକ ମଧ୍ୟରେ ୩ଟି ମୋବାଇଲ୍ ୨ଟି ଫ୍ୟାନ ଗୋଟିଏ ଲ୍ୟାପଟପ୍ । ବନ୍ଧଡିହରୁ ଚୋରି କରିଥିବା ତେଜରାତି ଦୋକାନରୁ ଜିନିଷ ଗୁଡ଼ିକ ହେଲା ଅଟା,ସାବୁନ୍, ବିସ୍କୁଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ପୋଲିସ୍ ଜବତ କରିଥିବା ଦେଖିବାକୁ ମିଳିଛି । ତାହା ମଧ୍ୟରୁ ହାଜତରୁ ଚମ୍ପଟ ମାରିଥିବା ବାଳକ୍କୁ ମଧ୍ୟ ପୋଲିସ୍ ଜବତ କରିଛି । ଆଜି ଦିନ ୧୨ଟା ସମୟରେ ଏସଡିପିଓ ସାମ୍ବାଦିକ ସମ୍ମିଳନୀ ସୂଚନା ଦେବା ସହିତ ଆସାମୀ ମାନଙ୍କୁ କୋଟ୍ ଚାଲାଣ କରାଯିବ ବୋଲି ଏସଡିପିଓ ଶ୍ରୀପାତ୍ର ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ବ୍ରହ୍ମବରଦା ଥାନା ପୋଲିସ୍ ମାନଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା
ବ୍ରହ୍ମବରଦା ଥାନା ପରିଶରରେ ଏସ୍ଡି ପିଓ ସାମ୍ବାଦିକ ସମ୍ମିଳନୀ କଲେ
|
March 31, 2026 |



