ଯାଜପୁର ସଦର,୨୬/୧୨/୨୦୨୦ (ସନ୍ଧାନ ନିଉଜ): ରସୁଲପୁର ବ୍ଲକ୍ ଅନ୍ତର୍ଗତ, ବ୍ରହ୍ମବରଦା ପଂଚାୟତ ମୋସାଇରା ପଡ଼ିଆ ଠାରେ ବିଜେଡ଼ିର ୨୪ ତମ ପ୍ରତିଷ୍ଟା ଦିବସ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ଯାଜପୁର ଜିଲ୍ଲାର ବିଜେଡ଼ି ସଭାପତି ସରୋଜ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୪ ତମ ବିଜେଡ଼ି ପ୍ରତିଷ୍ଠା ଦିବସକୁ ପ୍ରଦିପ ପ୍ରଜ୍ଜୋଳନ କରି ବିଜୁୁ ବାବୁଙ୍କ ଫଟୋ ଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବରୀ ବ୍ଲକ୍ ସଭାପତି କେଦାର ସାମଲ ଙ୍କ ସଭାପତିତ୍ୱରେ ଏହି ବିଜେଡ଼ି ପ୍ରତିଷ୍ଠା ଦିବସ ଅନୁଷ୍ଟିତ ହୋଇଥିଲା । ବରୀ ନିର୍ବଚନ ମଣ୍ଡଳୀର ମାର୍ଗ ଦର୍ଶକ ବିଜେଡ଼ି ରଥର ସାରଥି ଦେବେନ୍ଦ୍ର ଦାସ ଯୋଗ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଗଢ଼ାଯାଇଥିବା ବିଜୁଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ବ୍ରହ୍ମବରଦା ଭାଈଚାରା ମାଟିରେ ପାଳନ କରାଯାଇଥିଲା । ଗରିବ ଲୋକଙ୍କ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସାହା ଭରସା ଥିବା ବେଳେ, ତାଙ୍କ ଆଦର୍ଶରେ ବିଜୁଜନତା ଦଳର କର୍ମୀମାନେ କାର୍ଯ୍ୟକରି ଲୋକଙ୍କ ମୁହଁରେ ହସଫୁଟାଉଥିବା ବେଳେ, ବରୀ ମାଟି ହେଉଚି ସ୍ୱାଭିମାନର ମାଟି ଏହି ମାଟିର ବରୀନିର୍ବାଚନ ମଣ୍ଡଳୀର ବିଧାୟିକା ସୁନନ୍ଦା ଦାସ ଗରିବ ଲୋକଙ୍କ ନିକଟରେ ପହଁଞ୍ଚôଥିବା ବେଳେ, ମହାମାରି କରୋନା ସମୟରେ ବ୍ରହ୍ମବରଦା ଏବଂ ବରୀ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ନିକଟରେ ପହଁଞ୍ଚôଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେଡ଼ି ୨୪ ବର୍ଷ ହେଲା ଲୋକଙ୍କମାନଙ୍କ ସେବା କରି ଆସିଚି । ମଞ୍ଚାସିନ ଅତିଥି ମାନେ ନବୀନ ବାବୁଙ୍କ ଜନହିତକର କାର୍ଯ୍ୟ ଏବଂ ବିଜୁ ବାବୁଙ୍କ ଆର୍ଶିବାଦରେ ଦଳ ଆଗେଇ ଚାଲିଚି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିଳମଣୀ ସାମଲ, ଅଶୋକ ସାମଲ, ବେଣୁଧର ସାମଲ, କୁଳମଣୀ ବିଶ୍ୱାଳ, ସନାତନ ବାରିକ, ଯାଜପୁର ସାଂସଦଙ୍କ ପ୍ରତିନିଧି ବିଚିତ୍ରାନନ୍ଦ ଜେନା, ବେଣୁଧର ଦାସ, ସାଧାରଣ ସଂପାଦକ ପ୍ରଦିପ ଦାସ, ପ୍ରମୋଦ ସାମଲ, ପର୍ଶୁରାମ ନାୟକ, ଅଶ୍ୱିନୀ ସାମଲ, ପ୍ରଣତୀ ଆଚାର୍ଯ୍ୟ, ଜ୍ୟୋତ୍ସାରାଣୀନାଥ ସର୍ମା, ଆରତୀ ଦେଓ, ଆତୁଲ୍ୟ ମଣ୍ଡଳ, ବରୀ ବ୍ଲକ୍ ପୂର୍ବତ ଅଧ୍ୟକ୍ଷା ଅୟୋଦ୍ଧା ଜେନା, ପ୍ରଫୁଲ୍ଲ ସାହୁ, ରାକେଶ ଦେଓ, ଯୁବ ନେତା ହିମାଂସୁ ନାୟକ, ସୁବୋଧ ଜେନା, ଗଣେଷ ମହାକୁଢ଼, ଶରତ ପଡ଼ିହାରୀ, ନିର୍ମଳ ରାଉତ, ଅନିଲ ସାହାଣୀ, ପ୍ରମୋଦ ନାୟକ, ରାଜେନ୍ଦ୍ରପୁର ସରପଂଚ ସୁଶାନ୍ତ ବେହେରା, ସାମନ୍ତରାପୁର ପଂଚାୟତ ସରପଂଚ ଅଭିମନୁ୍ୟ ମହାଳିକ, ବ୍ରହ୍ମବରଦା ସରପଂଚ ବିଜୟ ଦାସ, ସୂର୍ଯ୍ୟମଣୀ ବେହେରା, ପୂର୍ବତନ ସରପଂଚ ପଂଚାୟତ ସଭାପତି ସେକ୍ ଅକ୍ତତର ଅଲ୍ଲୀଖାଁ ଯୋଗଦାନ କରିଥିବା ବେଳେ, ବ୍ରହ୍ମବରଦା ୟଙ୍ଗଷ୍ଟାର ସଦସ୍ୟମାନେ ବିଜୁଜନତା ଦଳର ଯୋଗଦେଇଥିବା ବେଳେ, ଜିଲ୍ଲା ସଭାପତି ସରୋଜ ମହାପାତ୍ର ଏବଂ ଦେବେନ୍ଦ୍ର ଦାସ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ ।
ବ୍ରହ୍ମବରଦାରେ ବିଜେଡ଼ି ପ୍ରତିଷ୍ଠା ଦିବସ ପର୍ବ ଅନୁଷ୍ଟିତ
|
December 27, 2020 |