ବ୍ରହ୍ମପୁର, ୧୫/୩ (ସନ୍ଧାନ ନିୟୁଜ) ସିନେମାର ସୁପରଷ୍ଟାର ମୋହର ଲାଗିଥିବା ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ରାଜନୀତିରେ ଯୋଗ ଦେଇ ବିଜେଡି ପାଇଁ ସାଜିଥିଲେ ହିରୋ I କଂଗ୍ରେସ ର ଚନ୍ଦ୍ରଶେଖର ଙ୍କୁ ହରାଇ ବାଜିମାତ କରିଥିଲେ ସିଦ୍ଧାନ୍ତ ମହାପାତ୍ର I ତେବେ ବ୍ରହ୍ମପୁର ପାଇଁ ସାଂସଦ ଙ୍କର ଦରଦ ନଥିବା ସବୁବେଳେ ଅଭିଯୋଗ ହେଉଥିଲା I ଏପରିକି ଗତ ପାଞ୍ଚ ବର୍ଷ ମଧ୍ୟରେ ସଂସଦ ରେ ମାତ୍ର 4ଟି ପ୍ରଶ୍ନ ପଚାରିଛନ୍ତି ସାଂସଦ I କେବଳ ଏତିକି ନୁହେଁ ହାରାହାରି ଭାବରେ ୪୦ପ୍ରତିଶତ ଦିନ ସାଂସଦ ଅନୁପସ୍ଥିତ ରହିଛନ୍ତି ସଂସଦ ରେ
I ଏହାକୁ ନେଇ ବ୍ରହ୍ମପୁର ଅଞ୍ଚଳ ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ବିରୁଧରେ ତୀବ୍ର ଅସନ୍ତୋଷ ଲାଗି ରହିଛି I କୁହାଯାଏ ଯାହାକୁ ଦୃଷ୍ଟିରେ ରଖି ମୁଖ୍ୟ ପ୍ରତିଦ୍ବନ୍ଦୀ ତଥା ବିରୋଧୀ ଚନ୍ଦ୍ରଶେଖର ଙ୍କୁ ବିଜେଡି ରେ ସାମିଲ କରାଯାଇଥିଲା Iତେବେ ଚନ୍ଦ୍ରଶେଖର ଯୋଗ ଦେବାପରେ ସିଦ୍ଧାନ୍ତ ଙ୍କୁ କୋଣ ଠେଶା କରାଯାଇଥିଲା I ଏପରିକି ଅଧିକାଂଶ ଦଳୀୟ ପୋଷ୍ଟର ରେ ସିଦ୍ଧାନ୍ତ ଙ୍କ ଫୋଟୋ ରଖାଯାଇନଥିଲା I
ଏବେ ଲୋକସଭା ପାଇଁ ନବୀନ ଙ୍କ 33% ମହିଳା ଆରକ୍ଷଣ ନୀତିରେ ସିଦ୍ଧାନ୍ତ ଙ୍କ ଟିକେଟ କଟିବ ବୋଲି ଚର୍ଚା ହେଉଛି I
ସୂତ୍ର ରୁ ମିଳିଥିବା ଖବର ଅନୁଯାଇ ସିଦ୍ଧାନ୍ତ ଙ୍କ ବଦଳରେ ବିଜେଡି ରେ ସାମିଲ ହେଇଥିବା ପୂର୍ବତ୍ତନ ସାଂସଦ ତଥା ମହାରାଜା ଗୋପୀନାଥ ଗଜପତିଙ୍କ ଝିଅ କଲ୍ୟାଣୀ ଦେବୀ ଟିକେଟ ପାଇବେ
ବ୍ରହ୍ମପୁର ରେ ସିଦ୍ଧାନ୍ତ ଙ୍କୁ ମିଳିବନି ଟିକେଟ ,ବିଜେଡି ପାଇଁ ଲଢ଼ିବେ ରାଜକୁମାରୀ କଲ୍ୟାଣୀ ଦେବୀ
|
March 15, 2019 |